କିଟ୍‌ରେ ଆୟୋଜିତ ଜାତୀୟ ଶିଶୁ ମହୋତ୍ସବର ଦ୍ୱିତୀୟ ଦିନ, ମୁଖ୍ଯ ଅତିଥି ଭାବେ ଯୋଗଦେଲେ ଇରଫାନ୍ ପଠାନ୍

ଭୁବନେଶ୍ୱର (କେନ୍ୟୁଜ): କିଟ୍ ଇଣ୍ଟରନ୍ୟାସ୍‌ନାଲ ସ୍କୁଲ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ୮ମ ଶିଶୁ ସାହିତ୍ୟ ମହୋତ୍ସବ ରବିବାର ଉଦଯାପିତ ହୋଇଯାଇଛି । ଏହି ଅବସରରେ ଭାରତୀୟ କ୍ରିକେଟ୍ ଟିମ୍‌ର ପୁର୍ବତନ ଖେଳାଳୀ ତଥା ଦୃତ ବୋଲର୍ ଇରଫାନ୍ ପଠାନ୍ ଯୋଗଦେଇ ବିଦ୍ୟାର୍ଥୀମାନଙ୍କୁ ଶିକ୍ଷା, କ୍ରିଡା ଏବଂ ସ୍ୱାସ୍ଥ୍ୟ ଉପରେ ଯତ୍ନବାନ ହେବା ସହିତ ସୋସିଆଲ ମିଡିଆର ସଠିକ୍ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । ତାଙ୍କ କ୍ରିକେଟ ଖେଳିବା ଏବଂ ଭାରତୀୟ କ୍ରିକେଟ୍ ଟିମ୍ ରେ ସାମିଲ ହେବା ସମୟରେ ସଂର୍ଘଷ ଏବଂ ସଫଳତା ବିଷୟରେ ମଧ୍ୟ କହିଥିଲେ ।

ଏଥି ସହ ଓଡ଼ିଶା ରେ ତାଙ୍କରି କ୍ରିକେଟ୍ ଏକାଡେମୀ ଖୋଲିବା ନେଇ ଯୋଜନା ରଖିଥିବା କଥା ମଧ୍ୟ କହିଥିଲେ। ଏହି ଅବସରରେ କିଟ୍ କିସ୍ ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଈର୍ଫାନ ପଠାନ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କହିଥିଲେ ଶିକ୍ଷା କେବଳ ପାଠ୍ୟ ପୁସ୍ତକରେ ସିମିତ ନୁହେଁ, ବିଭିନ୍ନ ସ୍ଥାନରୁ ଜ୍ଞାନ ଆହରଣ କରାଯାଏ, ଶିଶୁ ସାହିତ୍ୟ ମହୋତ୍ସବ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସମାଜର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ସହିତ ଛାତ୍ରଛାତ୍ରୀମାନଙ୍କ ପ୍ରତ୍ୟେକ୍ଷ ଆଲୋଚନା ଜ୍ଞାନ ଆହରଣରେ ବିଶେଷ ଭାବେ ସହାୟକ ହୋଇଥାଏ ବୋଲି କହିଥିଲେ ।

ଏଥି ସହ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟପୁସ୍ତକ ବ୍ୟତିତ ବିଭିନ୍ନ ପ୍ରକାର ବହି ପଢିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲ୍‍ର ଚେୟାରପର୍ସନ ଡ. ମୋନା ଲିସା ବଳ , ସ୍କୁଲ୍‍ର ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ଙ୍କ ସମେତ ଓଡ଼ିଶାର ବିଭିନ୍ନ ସ୍କୁଲ୍‍ର ୮୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏବଂ ରାଜ୍ୟ ବାହାରୁ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।