ମା’ ହୀରାବେନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆସନ୍ତାକାଲି ଅହମ୍ମଦାବାଦରେ ଦେବେ ଭୋଟ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ମା’ ହୀରାବେନ ମୋଦିଙ୍କୁ ଭେଟିବା ପାଇଁ ଗାନ୍ଧିନଗରସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ୫ ଡିସେମ୍ବରରେ ଗୁଜରାଟ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ଦେବେ। ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ସାବରମତୀ ବିଧାନସଭା ନିର୍ବାଚନମଣ୍ଡଳୀର ଜଣେ ଭୋଟର।

ଏହା ପୂର୍ବରୁ ପିଏମ୍‌ ମୋଦି ଚଳିତ ବର୍ଷ ଅଗଷ୍ଟ ୨୭ରେ ଦୁଇ ଦିବସୀୟ ଗୁଜରାଟ ଗସ୍ତରେ ମା’ ହୀରାବେନଙ୍କୁ ଭେଟିବାକୁ ପହଞ୍ଚିଥିଲେ। ସାବରବତୀ ନଦୀ ଉପରେ ନିର୍ମିତ ଅଟଳ ବ୍ରିଜ୍‌ର ଉଦଘାଟନ ଏବଂ ଖଦି ଉତ୍ସବ କାର୍ଯ୍ୟକ୍ରମରେ ଭାଗ ନେବା ପରେ ମୋଦି ଗାନ୍ଧିନଗରର ରାୟସନ ଅଞ୍ଚଳରେ ଥିବା ମା’ଙ୍କ ବାସଭବନକୁ ଯାଇଥିଲେ।