Below header

ବିସିସିଆଇ ଜାରି କଲା ଖେଳାଳିଙ୍କ ବାର୍ଷିକ କଣ୍ଟ୍ରାକ୍ଟ ଲିଷ୍ଟ: ଜାଡେଜା, ହାର୍ଦ୍ଦିକଙ୍କୁ ମିଳିଲା ପଦୋନ୍ନତି, କେଏଲ ରାହୁଲଙ୍କୁ ଲାଗିଲା ବଡ ଝଟକା

ବିସିସିଆଇ ୨୦୨୨-୨୩ ପାଇଁ ଭାରତୀୟ କ୍ରିକେଟ ଖେଳାଳିଙ୍କ ବାର୍ଷିକ କଣ୍ଟ୍ରାକ୍ଟ ଲିଷ୍ଟ ଜାରି କରିଛି । ଅଲରାଉଣ୍ଡର ଜାଡେଜା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ପଦୋନ୍ନତି ହୋଇଥିବା ବେଳେ କେଏଲ୍‌ ରାହୁଲ ତଳକୁ ଖସିଛନ୍ତି। ସେହିପରି ଈଶାନ୍ତ ଶର୍ମା ଏବଂ ଅଜିଙ୍କ୍ୟ ରାହାଣେ କଣ୍ଟ୍ରାକ୍ଟ ଲିଷ୍ଟରୁ ବାଦ୍‌ ପଡିଛନ୍ତି ।

ବିସିସିଆଇ ୨୦୨୨-୨୩ ସିଜନ ପାଇଁ ଟିମ୍‌ ଇଣ୍ଡିଆର ଖେଳାଳିଙ୍କ ବାର୍ଷିକ କଣ୍ଟ୍ରାକ୍ଟ ଲିଷ୍ଟ ଜାରି କରିଛି । ବର୍ଡର ଗାଭାସ୍କର ଟ୍ରଫିରେ ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଥିବା ରବୀନ୍ଦ୍ର ଜାଦେଜାଙ୍କର ପ୍ରମୋସନ ହୋଇଛି । ତାଙ୍କୁ ଗ୍ରେଡ୍-ଏ ପ୍ଲସକୁ ପଦୋନ୍ନତି ମିଳିଛି। ଅକ୍ଷର ପଟେଲ ଗ୍ରେଡ୍-ଏକୁ ଉଠିଛନ୍ତି। ଖରାପ ଫର୍ମ କାରଣରୁ କେଏଲ୍ ରାହୁଲ ଗ୍ରେଡ୍-ବିକୁ ଖସିଯାଇଛନ୍ତି। ବିସିସିଆଇ କଣ୍ଟ୍ରାକ୍ଟ ଲିଷ୍ଟରେ ପାଖାପାଖି ୨୬ ଖେଳାଳିଙ୍କୁ ସ୍ଥାନ ଦେଇଛି । ଗ୍ରେଡ-ଏ ପ୍ଲସରେ ୪, ଏରେ ୫, ଗ୍ରେଡ ବିରେ ୬, ଗ୍ରେଡ ସିରେ ସବୁଠାରୁ ଅଧିକ ୧୧ ଜଣ ଖେଳାଳି ରହିଛନ୍ତି ।

ବିସିସିଆଇ କେନ୍ଦ୍ରୀୟ ଚୁକ୍ତି :

ଗ୍ରେଡ୍-୧+ (୭ କୋଟି): ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା, ରବୀନ୍ଦ୍ର ଜାଡେଜା।

ଗ୍ରେଡ୍-ଏ (୫ କୋଟି): ହାର୍ଦ୍ଦିକ ପାଣ୍ଡ୍ୟା, ଆର୍ ଅଶ୍ବିନ, ମହମ୍ମଦ ସାମି, ଋଷଭ ପିନ୍ତ, ଅକ୍ଷର ପଟେଲ୍।

ଗ୍ରେଡ୍-ବି (୩ କୋଟି): ଚେତେଶ୍ବର ପୂଜାରା, କେଏଲ୍ ରାହୁଲ, ଶ୍ରେୟସ ଆୟର, ମହମ୍ମଦ ସିରାଜ, ସୂର୍ଯ୍ୟକୁମାର ଯାଦବ, ଶୁବମନ ଗିଲ୍।

ଗ୍ରେଡ୍-ସି (୧ କୋଟି): ଉମେଶ ଯାଦବ, ଶିଖର ଧୱନ, ଶାର୍ଦ୍ଦୁଳ ଠାକୁର, ଈଶାନ କିଶନ, ଦୀପକ ହୁଡ଼ା, ୟୁଝବେନ୍ଦ୍ର ଚହଲ, କୁଲଦୀପ ଯାଦବ, ୱାସିଂଟନ୍ ସୁନ୍ଦର, ସଞ୍ଜୁ ସାମସନ, ଅର୍ଶଦୀପ ସିଂହ, କେଏସ୍ ଭରତ।

ଭୁବନେଶ୍ବର କୁମାର, ଅଜିଙ୍କ୍ୟ ରାହାଣେ, ଈଶାନ୍ତ ଶର୍ମାଙ୍କୁ କୌଣସି ଚୁକ୍ତିରେ ରଖାଯାଇନାହିଁ। ଫଳରେ ଏମାନଙ୍କ ଜାତୀୟ ଦାୟିତ୍ବ ଶେଷ ହୋଇଗଲା ବୋଲି ଧରିନେବାକୁ ପଡ଼ିବ। ଦୁର୍ଘଟଣାରେ ପଡ଼ି ଦଳଠାରୂ ଦୂରେଇ ରହିଥିବା ଋଷଭ ପନ୍ତ୍ କିନ୍ତୁ ଗ୍ରେଡ୍-ଏ ଚୁକ୍ତି ବଜାୟ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.