Below header

ଝିଅ ଜନ୍ମ ଯୋଗୁଁ ବାପାଙ୍କୁ ହରାଇବାର ଦୁଃଖ ଭୁଲିଗଲେ ଭୁବି, ସୋସିଆଲ ମିଡିଆରେ ସେୟାର କଲେ ଝିଅର ଫଟୋ

ଭାରତୀୟ କ୍ରିକେଟ ଟିମ୍‌ର ଦ୍ରୁତ ବୋଲର୍ ଭୁବନେଶ୍ଵର କୁମାର ତାଙ୍କ ଝିଅଙ୍କ ପ୍ରଥମ ଝଲକ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି। ଗତ ମାସରେ ବାପା ହୋଇଥିବା ଭୁବନେଶ୍ୱର କୁମାର ପ୍ରଥମ ଥର ପାଇଁ ସୋସିଆଲ୍ ମିଡିଆରେ ଝିଅଙ୍କ ଫଟୋ ସେୟାର କରିବା ପରେ ତାଙ୍କ ନାମ ଜାଣିବାକୁ ଫ୍ୟାନ୍ସମାନଙ୍କ ମଧ୍ୟରେ ଉତ୍ସୁକତା ବଢି ଯାଇଛି। ସୂଚନା ଥାଉକି, ଭୁବନେଶ୍ଵର କୁମାର ଏବଂ ନୁପୁର ନାଗରଙ୍କର ନଭେମ୍ଵର ୨୪ରେ ଏକ କନ୍ୟା ହୋଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ଭୁବି ତାଙ୍କ ଝିଅର ନାମ ସେୟାର କରିନାହାନ୍ତି। ଆଉ ଫଟୋ ଦେଖି ଫ୍ୟାନ୍ସ ଝିଅର କ’ଣ ନାମ ରଖିଛନ୍ତି ବୋଲି ପ୍ରଶ୍ନ କରୁଛନ୍ତି।

ସାଧାରଣତଃ କ୍ରିକେଟ୍ କାରଣରୁ ଭୁବନେଶ୍ଵର ପରିବାର ଠାରୁ ଦୂରରେ ରୁହନ୍ତି। ତାଙ୍କର ଝିଅ ହେବା ନେଇ ସେ ଫୋନ୍ ଯୋଗେ ଖବର ପାଇଥିଲେ। ଏହା ପର ଠାରୁ ଭୁବନେଶ୍ଵରଙ୍କୁ ତାଙ୍କ ପରିବାର ସହ ଦେଖିବାକୁ ମିଳୁଛି। ସେ ତାଙ୍କ ପରିବାର ସହ ଏବେ ସମୟ ଅତିବାହିତ କରୁଛନ୍ତି।

 

View this post on Instagram

 

A post shared by Bhuvneshwar Kumar (@imbhuvi)


ସୂଚନାନୁଯାୟୀ, ଭୁବନେଶ୍ୱର କୁମାରଙ୍କ ବାପା କିରନ ପାଲ ସିଂହଙ୍କ ମୃତ୍ୟୁ ମଇ ମାସରେ ହୋଇଥିଲା। ଯେଉଁଥି ପାଇଁ ଭୁବନେଶ୍ୱର ଦୁଃଖିତ ରହୁଥିଲେ ଏବଂ ଏହାର ପ୍ରଭାବ ଖେଳ ଉପରେ ପଡୁଥିଲା। କିନ୍ତୁ ଘରକୁ ଝିଅ ଆସିବା ପରେ ପରିବାରରେ ଖୁସି ଫେରିଆସିଥିଲା। ଭୁବନେଶ୍ଵର କୁମାର ଏବଂ ନୁପୁର ନାଗର ଦୁହେଁ ପିଲାଦିନର ବନ୍ଧୁ। ୨୦୧୨ ନଭେମ୍ଵର ୨୩ ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଚଳିତ ବର୍ଷ ମେ ୨୦ରେ ଭୁବନେଶ୍ଵରଙ୍କ ପିତାଙ୍କ ପରଲୋକ ହୋଇଥିଲା। ସେ ଦୀର୍ଘ ଦିନ ଧରି ଲିଭର ସମ୍ଵନ୍ଧୀୟ ରୋଗରେ ପୀଡିତ ଥିଲେ।

ନିକଟରେ ଭୁବି ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଟି-୨୦ ସିରିଜରେ ଭାଗ ନେଇଥିଲେ। ଆଉ ଭଲ ପ୍ରଦର୍ଶନ ମଧ୍ୟ କରିଥିଲେ। କିନ୍ତୁ ଭୁବିଙ୍କୁ ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ଭାରତୀୟ ଟିମରେ ସ୍ଥାନ ମିଳିନଥିଲା। ତେଣୁ ଖାସ୍‌ ଏବେ ସେ ସମୟ ନିଜ ପରିବାର ସହିତ ଅତିବାହିତ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.