Below header

ପିରିୟଡ୍ସ ଯନ୍ତ୍ରଣା ଠାରୁ ଆରମ୍ଭ କରି PCOS ଯାଏଁ, ମହିଳାଙ୍କ ସବୁ ସମସ୍ୟାକୁ ଚୁଟ୍‌କିରେ ଦୂର କରେ ଆପଲ ସାଇଡର ଭିନେଗାର

ଆପଲ ସାଇଡର ଭିନେଗାର ବା ସେଓର ସିରକା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ। ଏହା ଶରୀରର ବିଭିନ୍ନ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ ବୋଲି ତ ଆମେ ସମସ୍ତେ ଜାଣନ୍ତି। କିନ୍ତୁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ପାଇଁ ଏହା ଅଧିକ ଫାଇଦାଯୁକ୍ତ ହୋଇଥାଏ ବୋଲି ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ଖାସ୍‌ କରି ମହିଳାଙ୍କ ଠାରେ ଦେଖାଦେଉଥିବା କେତେକ ରୋଗ ଦୂର କରିବାରେ ଆପଲ ସାଇଡର ଭିନେଗାର ଅଧିକ ଭଲ ଭାବେ କାମ କରେ। ତେବେ ଆସନ୍ତୁ ଜାଣିବା ମହିଳାଙ୍କ ପାଇଁ ଏହି ଭିନେଗାର କେମିତି ଫାଇଦାଯୁକ୍ତ…

ପିରିୟଡ୍ସ ବେଳର ପୀଡ଼ାକୁ କମ୍‌ କରେ:

ମାସିକ ଧର୍ମ ବା ପିରିୟଡ୍ସ ବେଳେ ଅଧିକାଂଶ ମହିଳାଙ୍କ ଠାରେ ପେଟ କାମୁଡ଼ିବା, ଅଣ୍ଟା ବିନ୍ଧିବା, ଗୋଡ଼ ହାତ ବିନ୍ଧିବା, ମୁଡ୍‌ ସୁଇଂ ହେବା ଭଳି ସମସ୍ୟା ଦେଖାଦିଏ। ଏସବୁ ସମସ୍ୟାରୁ ମୁକ୍ତି ପାଇବାକୁ ଆପଣ ଆପଲ ସାଇଡର ଭିନେଗାର ବ୍ୟବହାର କରିପାରିବେ। ଏଥିପାଇଁ ଏକ ଗ୍ଲାସ ପାଣିରେ ୨ ଛୋଟ ଚାମଚ ଆପଲ ସାଇଡର ଭିନେଗାର ମିଶାଇ ଗୋଳାଇ ପିଇ ଦିଅନ୍ତୁ। ଯେତେ ଦିନ ଯାଏଁ ପିରିୟଡ୍‌ ଚାଲିଥିବ ସେତେ ଦିନ ଏହାକୁ ପିଇଲେ ଯନ୍ତ୍ରଣା ଲାଘବ ହେବ।

ଭାଜାଇନାଲ ଇନ୍‌ଫେକ୍‌ସନ୍‌କୁ କମ୍‌ କରେ:

ବାରମ୍ବାର ଭାଜାଇନାଲ ଇନ୍‌ଫେକସନ୍‌ ବା ଯୌନାଙ୍ଗ ସଂକ୍ରମଣ ହେଉଥିଲେ ଆପଲ ସାଇଡର ଭିନେଗାର ବ୍ୟବହାର କରିପାରିବେ। ଗୁପ୍ତାଙ୍ଗ କୁଣ୍ଡାଇ ହେଉଥିଲେ ଆପଣ ପାଣିରେ କିଛି ଆପଲ ସାଇଡର ଭିନେଗାର ମିଶାଇ ସେହି ପାଣିରେ ଗୁପ୍ତାଙ୍ଗକୁ ସଫା କରନ୍ତୁ। ଏହା ଦ୍ୱାରା ଇନ୍‌ଫେକସନ୍‌ ଶୀଘ୍ର କମିବ। ଆପଣ ଚାହିଁଲେ ଏହାକୁ ପାଣିରେ ଗୋଳାଇ ପିଇ ବି ପାରିବେ।

ଓଜନ କମାଏ:

ଓଜନକୁ ନିୟନ୍ତ୍ରଣ କରିବାରେ ମଧ୍ୟ ଆପଲ ସାଇଡର ଭିନେଗାର ସାହାଯ୍ୟ କରେ। ପେଟ, ଅଣ୍ଟା, ଜଙ୍ଗରେ ଚର୍ବି ଜମି ଯାଇଥିଲେ ନିୟମିତ ଆପଲ ସାଇଡର ଭିନେଗାର ସେବନ କରନ୍ତୁ। ଏଥିରେ ଏସିଟିକ୍‌ ଏସିଡ୍‌ ରହିଛି, ଯାହା ଅତିରିକ୍ତ ଚର୍ବିକୁ ତରଳାଇ ଥାଏ। ଏଥିପାଇଁ ସବୁଦିନ ଖାଇବା ପୂର୍ବରୁ ଏକ ଗ୍ଲାସ ପାଣିରେ ୧ ଚାମଚ ଆପଲ ସାଇଡର ଭିନେଗାର ଓ ଅଳ୍ପ ଲେମ୍ବୁ ରସକୁ ମିଶାଇ ପିଅନ୍ତୁ। କିଛି ଦିନ ମଧ୍ୟରେ ଓଜନ କମିଯିବ।

ପିସିଓଏସ୍‌ ସମସ୍ୟାକୁ କମ୍‌ କରେ:

ମହିଳାଙ୍କ ଠାରେ ଦେଖାଯାଉଥିବା ଆଉ ଏକ ସାଧାରଣ ସମସ୍ୟା ହେଉଛି ପିସିଓଏସ୍‌ ବା ପଲିସିଷ୍ଟିକ୍‌ ଓଭାରି ସିଣ୍ଡ୍ରୋମ୍‌। ଶରୀରର ହର୍ମୋନ୍‌ ଲେବଲ ଅସନ୍ତୁଳିତ ହେଲେ ଏହି ସମସ୍ୟା ଦେଖାଯାଏ। ଏଥିରୁ ମୁକ୍ତି ପାଇଁ ମଧ୍ୟ ଆପଲ ସାଇଡର ଭିନେଗାର ସେବନ କରିପାରିବେ। ଆପଲ ସାଇଡର ଭିନେଗାର ହରମୋନ୍‌କୁ ବାଲାନ୍ସ କରିଥାଏ, ଫଳରେ ପିସିଓଏସ୍‌ ସମସ୍ୟା ଦୂର ହୁଏ।

କେଶ ଓ ତ୍ୱଚା ପାଇଁ ରାମବାଣ:

ମୁହଁରେ ବ୍ରଣ ଉଠୁଥିଲେ କିମ୍ବା ଦାଗ ହୋଇଥିଲେ ଏହି ସମସ୍ୟାରୁ ମୁକ୍ତି ପାଇଁ ମଧ୍ୟ ଆପଣ ଆପଲ ସାଇଡର ଭିନେଗାର ବ୍ୟବହାର କରିପାରିବେ। ଏହାକୁ ପାଣିରେ ମିଶାଇ ପିଇବା ସହ ପାଣିରେ ମିଶାଇ ମୁହଁରେ ଲଗାଇଲେ ମଧ୍ୟ ତ୍ୱଚାର ଦାଗ ଦୂର ହୋଇଥାଏ। ସେହିପରି ମୁଣ୍ଡରେ ରୂପି ହେଉଥିଲେ କିମ୍ବା ଇନ୍‌ଫେକସନ୍‌ ହୋଇଥିଲେ ଆପଲ ସାଇଡର ଭିନେଗାର ସେବନ କରନ୍ତୁ ଓ ଏହାକୁ ମୁଣ୍ଡରେ ଲଗାନ୍ତୁ। ଇନ୍‌ଫେକସନ୍‌ ଦୂର ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.