Below header

ରସୁଣରେ ଫୁଟାଇ ଡାଲିକୁ ଦିଅନ୍ତୁ ବଢ଼ିଆ ଛୁଙ୍କ, ପାଟିରୁ ଛାଡିବନି ସ୍ୱାଦ

ପ୍ରତିଦିନ ଖାଦ୍ୟରେ ଡାଲି ଏବଂ ତରକାରୀ ରୋଷେଇ ତିଆରି ହୁଏ। ଅଧିକାଂଶ ଲୋକଙ୍କ ଘରେ ଭାତ ସହ ଡାଲି ତିଆରି କରାଯାଏ। ଖାସ୍‌ କରି ମୁଗ ଡାଲିକୁ ଅଧିକ ପସନ୍ଦ କରନ୍ତି ଲୋକେ। ଏହା ପିଲାମାନଙ୍କୁ ମଧ୍ୟ ବହୁତ ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟକର ମଧ୍ୟ ହୋଇଥାଏ। ତେଣୁ ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ ମିକ୍ସ ଡାଲି। ଯାହାର ଟେଷ୍ଟ ଏକଦମ୍‌ ଜବରଦସ୍ତ।

ଆବଶ୍ୟକ ସାମଗ୍ରୀ

ମିକ୍ସ ଡାଲି, ଟମାଟୋ, ଅଦା, ରସୁଣ, ଘିଅ, ଜିରା, ହଳଦି ପାଉଡର, ଧନିଆ ପାଉଡର, ଗରମ ମସଲା, ଲେମ୍ବୁ ଏବଂ ଧନିଆ ପତ୍ର।

ପ୍ରସ୍ତୁତି ପ୍ରଣାଳୀ

ମିକ୍ସ ଡାଲି ବନାଇବା ପାଇଁ ସର୍ବପ୍ରଥମେ ଡାଲିକୁ ଧୋଇ ଦିଅନ୍ତୁ ଏବଂ କିଛି ସମୟ ପର୍ଯ୍ୟନ୍ତ ଡାଲିକୁ ଭିଜାଇ ରଖନ୍ତୁ। ଏବେ କୁକରରେ ତେଲ ଗରମ କରନ୍ତୁ। ଏହାପରେ ଅଦା ଏବଂ ରସୁଣକୁ ଛୋଟ ଛୋଟ କାଟି ରଖିଦିଅନ୍ତୁ। ଏବେ ତେଲରେ ଜିରା ପକାନ୍ତୁ ଏବଂ କଦ୍ଦୁକସ କରାଯାଇଥିବା ଅଦା ରସୁଣ ପକାନ୍ତୁ। ଏହାକୁ ଭଲଭାବେ ମିଶାଇ ଦିଅନ୍ତୁ। ଏହାପରେ ଟମାଟୋକୁ କାଟି ଦିଅନ୍ତୁ ଏବଂ ଏହାପରେ ଏହିସବୁକୁ ଭଲଭାବେ ମିଶାନ୍ତୁ। ଏବେ ଲୁଣ, ହଳଦି ପାଉଡର, ଲଙ୍କା ପାଉଡର, ଧନିଆ ପାଉଡର ପକାନ୍ତୁ ଏବଂ ଅଳ୍ପ ପାଣି ଦିଅନ୍ତୁ। ଏହାକୁ କିଛି ସମୟ ଆଞ୍ଚରେ ଫୁଟାନ୍ତୁ। ଏବେ ଏଥିରେ ଡାଲିକୁ ପକାଇ ଅଳ୍ପ ପାଣି ଦେଇ ଫୁଟାନ୍ତୁ। କୁକରର ଢ଼ାଙ୍କୁଣୀ ବନ୍ଦ କରି ଅତିକମରେ ୪-୫ ସିଟି ଦିଅନ୍ତୁ। କୁକର ଥଣ୍ଡା ହେବା ପରେ ଖୋଲନ୍ତୁ, ଡାଲିରେ ଯଦି ପାଣିର ଆବଶ୍ୟକତା ରହିଛି ତାହେଲେ ସାମାନ୍ୟ ପାଣି ମିଶାଇ ଦିଅନ୍ତୁ। ଏହାପରେ ଏଥିରେ ଗରମ ମସଲା ଏବଂ ଲେମ୍ବୁ ରସ ପକାନ୍ତୁ। ଏହାପରେ ଏହାକୁ ୪-୫ ମିନିଟ୍‌ ପାଇଁ ଆଞ୍ଚରେ ବସାଇ ଫୁଟାନ୍ତୁ। ଏବେ ଆଞ୍ଚରୁ ତଳକୁ ଓହ୍ଲାଇ ଦିଅନ୍ତୁ ଏବଂ ଏଥିରେ ଧନିଆ ପତ୍ର ପକାଇ ଦିଅନ୍ତୁ ଏବଂ ଘିଅ ପକାଇ ସର୍ଭ କରନ୍ତୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.