Below header

ପୁଣିଥରେ ପଞ୍ଜାବ ସୀମାରେ ଡ୍ରୋନ, ଗୁଳିଚାଳନା ପରେ ପାକିସ୍ତାନ ଫେରିବାରେ ସଫଳ

କେନ୍ୟୁଜ ଓଡିଶା : ପଞ୍ଜାବ ଅନ୍ତର୍ଜାତୀୟ ସୀମା ନିକଟ ଗୁରୁଦାସପୁର ସେକ୍ଟରରେ ଏକ ଡ୍ରୋନ ଦୋଖିବାକୁ ମିଳିଥିଲା । ପାଟ୍ରୋଲିଂ ଦଳ ଏକ ହମିଂ ଶବ୍ଦ ଶୁଣିବା ପରେ ବିଏସଏଫ କର୍ମଚାରୀ ୫ରାଉଣ୍ଡ ଗୁଳି ଚଳାଇଥିଲେ । କିନ୍ତୁ ଏହା ପାକିସ୍ତାନ ଏରିଆକୁ ଫେରିଯିବାକୁ ସଫଳ ହୋଇଥିଲା । ଗତକାଲି ରାତି ୧୨ ଟା ୩୦ରେ ଏହି ଘଟଣା ଘଟିଥିଲା ।

ବାରମ୍ବାର ଏଭଳି ଘଟଣା ଘଟୁ ଥିବାରୁ ସବୁ ସମୟରେ ସୁରକ୍ଷା ବାହିନୀଙ୍କୁ ସଜାଗ ରହିବା ସହ ପ୍ରସ୍ତୁତ ହୋଇ ରହିବାକୁ ପଡୁଛି । କହିରଖୁଛୁ ଡ୍ରୋନ ପଞ୍ଜାବ ସୀମାରେ ବୁଲିବା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଅନେକ ଥର ଏମିତି ଘଟିସାରିଛି । ଯେହେତୁ ଡ୍ରୋନ ପାକିସ୍ତାନ ଟେରିଟୋରୀ ମଧ୍ୟକୁ ପଶିଯିବାକୁ ସଫଳ ହୋଇଥିଲା ତେଣୁ ଏହା ପାକିସ୍ତାନର ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.