ଶୀତଦିନେ ବଜାରର ସିରମ୍‌ ନୁହେଁ ଘର ପ୍ରସ୍ତୁତ ସିରମ୍‌ କରନ୍ତୁ ବ୍ୟବହାର, ଜାଣନ୍ତୁ କେମିତି କରିବେ

ଶୀତଦିନେ ସ୍କିନରେ ରୁକ୍ଷପଣ ଅଧିକ ଦେଖାଯାଏ। ଖରାପ ଲାଇଫଷ୍ଟାଇଲ ଏବଂ ପ୍ରଦୂଷଣ କାରଣରୁ ସ୍କିନକୁ ଅନେକ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ତେଣୁ ସ୍କିନକୁ ସୁସ୍ଥ ରଖିବା ବହୁତ ଜରୁରୀ ହୋଇପଡେ। ଏହିସବୁ ସମସ୍ୟାରୁ ମୁକ୍ତି ପାଇଁ ପାଇଁ ଅନେକ ଲୋକ ମାକେର୍ଟରେ ମିଳୁଥିବା କ୍ରିମ ଏବଂ ସିରମ୍‌ ଉପରେ ନିର୍ଭର କରନ୍ତି। କିନ୍ତୁ ଆପଣ ମାର୍କେଟକୁ ଯାଇ ଅଯଥା ପଇସା ଖର୍ଚ୍ଚ ନ କରି ଘରେ ଏପରି ସିରମ୍‌ ପ୍ରସ୍ତୁତ କରିପାରିବେ।

ଗୋଲାପ ଜଳରେ ବନାନ୍ତୁ ସିରମ୍‌:

ନାଇଟ ସେରମ ପ୍ରସ୍ତୁତ କରିବା ପାଇଁ ୨୫ ଏମଏଲ୍‌ ଗୋଲାପ ଜଳରେ ଗ୍ଲିସେରିନର କିଛି ବୁନ୍ଦା ମିଶାଇ ଦିଅନ୍ତୁ। ଏଥିରେ ଲେମ୍ବୁ ବ୍ୟତୀତ ଭିଟାମିନ ଇ କ୍ୟାପସୁଲ ମିଶାଇ ସବୁକୁ ସ୍ପ୍ରେ ବୋତଲରେ ମିଶାଇ ରଖିଦିଅନ୍ତୁ। ଏହାକୁ ନାଇଟ୍‌ ସିରମ୍‌ ଭାବେ ବ୍ୟବହାର କରିପାରିବେ।

alovera

ଆଲୋଭେରା ନାଇଟ୍‌ ସିରମ୍‌:

ଗୋଟେ ପାତ୍ରରେ ୫ ଛୋଟ ଚାମଚ ଆଲୋଭେରା ଜେଲ, ୨ଟି ଭିଟାମିନ ଇ କ୍ୟାପସୁଲ ଏବଂ ଗୋଲାପ ଜଳକୁ ଭଲଭାବେ ମିଶାଇ ଦିଅନ୍ତୁ। ଏହାକୁ ଭଲଭାବେ ମିକ୍ସ କରିବା ପରେ ଏଥିରେ ଏସେନ୍ସସିଆଲ ଅଏଲ ଏବଂ ଗ୍ଲିସେରିନ ମିଶାନ୍ତୁ। ଏହାକୁ ଆପଣ ଏକ ପାତ୍ରରେ ରଖି ଯେତେବେଳେ ଦରକାର ବ୍ୟବହାର କରିପାରିବେ। ଏହି ସିରମ୍‌ ଆଣ୍ଟି-ଏଜିଂ ଗୁଣରେ ଭରପୂର ହୋଇଥାଏ।

କ୍ଷୀର ଏବଂ ଟମାଟର ସିରମ୍‌ :

ଏହା ପ୍ରସ୍ତୁତ କରିବା ବହୁତ ସହଜ। ଏଥିପାଇଁ କଞ୍ଚା କ୍ଷୀରରେ ଟମାଟର ମିଶାଇ ଭଲଭାବେ ମିକ୍ସ କରିଦିଅନ୍ତୁ। ଏହାକୁ ରାତିରେ ୧୫ରୁ ୨୦ ମିନିଟ ଲଗାଇବା ପରେ ନର୍ମାଲ ପାଣିରେ ଧୋଇଦିଅନ୍ତୁ। ଏହାକୁ ଲଗାଇବା ଦ୍ୱାରା ଚେହେରାରୁ ସମସ୍ତ ଦାଗ ଦୂର ହୋଇଯିବ।

Leave A Reply

Your email address will not be published.