ଦ୍ୱିତୀୟ ବିଶ୍ୱଯୁଦ୍ଧରେ କୋଲକାତା ଉପରେ ବୋମା ପକାଇଥିଲା ଜାପାନ, ହାୱଡା ଥିଲା ମୁଖ୍ୟ ଟାର୍ଗେଟ; ଜାଣନ୍ତୁ ୧୯୪୨ ମସିହା ଆଜିର ଦିନରେ ଘଟିଥିଲା କ’ଣ

କାହାଣୀ ୧୯୪୨ ମସିହାର। ହୁଏତ ଏହି କଥା ଅନେକଙ୍କୁ ଜଣା ନ ଥିବ। ଆଜି ଆମେ ଆପଣଙ୍କୁ ୧୯୪୨ ମସିହା ଡିସେମ୍ବର ୨୦ର ଇତିହାସ ବିଷୟରେ କହିବୁ। ସେହି ସମୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଥିଲା। ବ୍ରିଟେନ, ଆମେରିକା ସମେତ ପଶ୍ଚିମ ଭାଗ ଦେଶଗୁଡ଼ିକର ଏକତ୍ରୀକରଣ ଜାପାନ, ଜର୍ମାନୀ ଭଳି ଦେଶ ବିରୋଧରେ ଯୁଦ୍ଧ ଲଢ଼ୁଥିଲା। ଭାରତ ବ୍ରିଟେନର ଉପନିବେଶ ଥିଲା। ଯୁଦ୍ଧ ସମୟରେ ବ୍ରିଟେନ ନିଜର ସହଯୋଗୀମାନଙ୍କୁ ସାହାଯ୍ୟ କରିବା ପାଇଁ ଭାରତର ଜମି ବ୍ୟବହାର କରୁଥିଲା। ଶେଷରେ ଏହାର ଫଳାଫଳ ଏହା ଥିଲା ଯେ ୧୯୪୨ ମସିହାର ଠିକ୍‌ ଆଜିର ହିଁ ଦିନରେ ଜାପାନର ଇମ୍ପିରିୟଲ ଆର୍ମି ଏୟାରଫୋର୍ସ କୋଲକାତା ଉପରେ ବୋମା ଫିଙ୍ଗିଥିଲା। ମଧ୍ୟରାତ୍ରିରେ ଏହି ଆକ୍ରମଣ ହୋଇଥିଲା। ଏହି ବୋମା ବିସ୍ଫୋରଣ ଯୋଗୁ କୋଲକାତା ସହରର ଅନେକ ଗୁରୁତ୍ୱପୂର୍ଣ୍ଣ ଅଟ୍ଟାଳିକା ଧ୍ୱଂସ ପାଇ ଯାଇଥିଲା।

ବାସ୍ତବରେ, ଜାପାନଠାରୁ ଚୀନ ଲୁହା ନେଉଥିଲା। ଚୀନକୁ ଯୁଦ୍ଧ ସାମଗ୍ରୀ ବ୍ରିଟେନ, ଆମେରିକା ପହଞ୍ଚାଉ ଥିଲେ ଏବଂ ଆଉ ସେମାନଙ୍କ ପାଇଁ ଗୋଟିଏ ହିଁ ରାସ୍ତା ଥିଲା, ଯାହା ଭାରତ ଦେଇ ଯାଇଥିଲା। ଜାପାନ ଏହି ପରିବହନ କାର୍ଯ୍ୟ କୌଣସି ମତେ ଭାଙ୍ଗିବାକୁ ଚାହୁଁଥିଲା। ଏଥିପାଇଁ ସେ କୋଲକାତା ଉପରେ ଆକ୍ରମଣ ଷଡ଼ଯନ୍ତ୍ର ରଚିଥିଲା। ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଦିନରେ ବହୁତ ଶକ୍ତିଶାଳୀ ଥିଲା। ତେଣୁ ଜାପାନ ବୋମା ଫିଙ୍ଗିବା ପାଇଁ ରାତିର ସମୟକୁ ହିଁ ବାଛିଥିଲା। ଏହି ଆକ୍ରମଣରେ ଜାପାନ ଏୟାରଫୋର୍ସ ହାୱଡା ବ୍ରିଜ ଏବଂ ବନ୍ଦରକୁ ଟାର୍ଗେଟ କରିଥିଲା, ଯାହା ସେହି ସମୟରେ ବିଶ୍ୱର ସବୁଠାରୁ ବଡ଼ ସେତୁ ତାଲିକାରେ ତିନି ନମ୍ବରରେ ରହିଥିଲା।

ଯଦିଓ ଅନ୍ଧାର ହୋଇଯିବା କାରଣରୁ ଏହି ବୋମା ହାୱଡା ବ୍ରିଜ ଉପରେ ପଡ଼ି ନ ଥିଲା, ବରଂ ଏକ ହୋଟେଲ ଉପରେ ପଡିଥିଲା। ସେହି ସମୟରେ ରାତିରେ କୋଲକାତାରେ ଲାଇଟ୍‌ କାଟି ଦିଆ ଯାଉଥିଲା ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ଅଟ୍ଟାଳିକାକୁ କଳା ରଙ୍ଗରେ ଢାଙ୍କି ଦିଆ ଯାଇଥିଲା। ୧୯୪୨ରୁ ୧୯୪୪ ମସିହା ମଧ୍ୟରେ ଜାପାନ ଅନେକ ଥର କୋଲକାତା ଉପରେ ଆକ୍ରମଣ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.