Below header

ଦେଶରେ ବଢ଼ୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା, ବ୍ୟାପିଲାଣି ୧୨ ରାଜ୍ୟକୁ

ନୂଆଦିଲ୍ଳୀ : ଦେଶରେ ବଢୁଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ମହାରାଷ୍ଟ୍ର ଓ ଦିଲ୍ଲୀରେ ନୂଆ ଭାରିଆଣ୍ଟ ଜନିତ ସଂକ୍ରମଣ ବଢୁଛି । ଏଯାଏ ୧୨ ରାଜ୍ୟରେ ବ୍ୟାପିଲାଣି । ଦେଶରେ ଓମିକ୍ରନ୍ ଜନିତ ସଂକ୍ରମିତଙ୍କ ସଂଖ୍ୟା ୧୭୦ରେ ପହଞ୍ଚିଛି । ମହାରାଷ୍ଟ୍ରରେ ନୂଆ ଭାରିଆଣ୍ଟ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ଛୁଇଁଥିବା ବେଳେ ଦିଲ୍ଲୀରୁ ଆଜି ଆଉ ୪ ଜଣଙ୍କୁ ମିଶାଇ ୨୮ ଜଣ ପଜିଟିଭ୍ ବାହାରିଲେଣି ।

ସେହିପରି ତେଲେଙ୍ଗାନାରେ ୨୦, ରାଜସ୍ଥାନରେ ୧୭, କର୍ଣ୍ଣାଟକରେ ୧୯, କେରଳରେ ୧୫, ଗୁଜରାଟରେ ୧୧, ଉତ୍ତରପ୍ରଦେଶରେ ୨ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଆନ୍ଧ୍ର, ପଶିଚମବଙ୍ଗ, ଚଣ୍ଡୀଗଡ଼, ତାମିଲନାଡୁରେ ଜଣେ ଲେଖାଏ ଓମିକ୍ରନ୍ ଆକ୍ରାନ୍ତ ବାହାରିଛନ୍ତି । ବିଭିନ୍ନ ରାଜ୍ୟରେ ଏଣିକି ଏକାଧିକ ନୂଆ ଭାରିଆଣ୍ଟରେ ସଂକ୍ରମିତ ହେଉଛନ୍ତି ।

ଦିଲ୍ଲୀରେ ଓମିକ୍ରନ ସଂକ୍ରମଣ ବଢୁଥିବାରୁ ଏଣିକି ସମସ୍ତ ପଜିଟିଭ କେସ୍ର ଜିନୋମ୍ ସିକ୍ୱେଏନ୍ସିଂ କରାଯିବ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହାସହ ବୁଷ୍ଟର ଡୋଜକୁ ଅନୁମତି ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.