Below header

ପାକିସ୍ତାନର ଗୁମର ଖୋଲିଲେ ପୂର୍ବ କ୍ରିକେଟର, କହିଲେ “ଜୁଆ ଖେଳକୁ ଅନୁମତି ଦେଇଛି କ୍ରିକେଟ ବୋର୍ଡ”

ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର ଦ୍ରୁତ ବୋଲିଂ ବ୍ୟତୀତ ନିଜସ୍ୱ ବୟାନ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ମଙ୍ଗଳବାର ସୋଏବ ପୁଣିଥରେ ସେହିଭଳି ଏକ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଅମର ଅକମଲଙ୍କ ଉପରେ ଲାଗିଥିବା ବ୍ୟାନ ଉପରେ ୟୁଟ୍ୟୁବରେ ଏକ ଭିଡିଓ ସେୟାର କରି ସୋଏବ ପାକିସ୍ତାନ କ୍ରିକେଟ ବୋର୍ଡ ଉପରେ ବହୁତ ବଡ଼ ଆରୋପ ଲଗାଇଛନ୍ତି। ସୋଏବ କହିଛନ୍ତି ଯେ ପାକିସ୍ତାନ କ୍ରିକେଟ ବୋର୍ଡ଼ ପିଏସଏଲର ଅନଲାଇନ ଷ୍ଟ୍ରିମିଙ୍ଗ ଉପରେ ଜୁଆଖେଳିବାକୁ ଅନୁମତି ଦେଇଛି।

Video Courtesy: Shoaib Akhtar

ସୋଏବ ଅଖତର ନିଜ ଭିଡିଓରେ ଖୁଲାସା କରିଛନ୍ତି ଯେ ପିସିବି ଅନଲାଇନ ଷ୍ଟ୍ରିମିଙ୍ଗ ଅଧିକାର IWT ନାମକ କମ୍ପାନୀକୁ ଦେଇଛି। ସେ ମଞ୍ଜୁରୀ ଦେଇଛନ୍ତି ଯେ ଅନଲାଇନ ମ୍ୟାଚ ହେଲେ ସଟ୍ଟାବାଜୀ ବା ଜୁଆ ଖେଳ ହେବା ସମ୍ଭାବନା ରହିଛି। କିନ୍ତୁ ଆଇନତଃ ଏହା ଅପରାଧ। ପିସିବି କଣ୍ଟ୍ରାକ୍ଟରେ ଏନେଇ ଅନୁମତି ପ୍ରଦାନ କରିଛି। ପିସିବି ବହୁତ ବଡ଼ ଭୁଲ କରିଛି, ସେ ଇସଲାମ ଓ ସମ୍ବିଧାନର ଅବମାନନା କରିଛି ବୋଲି ଯୁକ୍ତି ବାଢ଼ିଛନ୍ତି ସୋଏବ। ପିସିବି କହୁଛି ଯେ ସେ ଦେଖିନାହିଁ, ଏହା କଣ ମଜା, ପିସିବି କର୍ମଚାରୀ କଣ ଅନ୍ଧ ବୋଲି ପ୍ରଶ୍ନ କରିଛନ୍ତି ସୋଏବ। ସେ କହିଛନ୍ତି ଯେ ପିଏସଏଲର ସମସ୍ତ ୬ଟି ଟିମର ମାଲିକ ମଧ୍ୟ ଜାଣିନାହାନ୍ତି ଯେ ସେମାନଙ୍କ ମ୍ୟାଚରେ ଅନଲାଇନ ଜୁଆଖେଳ ଚାଲିଛି। ପାକିସ୍ତାନରେ ଯଦି ମ୍ୟାଚ ଫିକ୍ସିଂ ବନ୍ଦ କରିବାର ଅଛି ତେବେ ଜେଲ ଦଣ୍ଡାଦେଶ ହେଉ।

I was the most accurate bowler you captained, Shoaib tells Akram ...

ଭିଡ଼ିଓରେ ସୋଏବ ପାକିସ୍ତାନର ଆଇନକୁ ଅଯୋଗ୍ୟ ବୋଲି କହିଛନ୍ତି। ସେ କହିଛନ୍ତି ଯେ ପିସିବିର ଆଇନ ବିଭାଗ ନୀଚ ଓ ଅଯୋଗ୍ୟ। ଖାସ୍ କରି ଫଜଲ ରିଜବୀ, ସେ ୧୦-୧୫ ବର୍ଷ ହେଲା ପିସିବି ସହ ଅଛନ୍ତି ଓ ସବୁ କେସ ହାରିଛନ୍ତି। ଗୋଟେ କେସ ତ ମୋଠୁ ବି ହାରିଛନ୍ତି। ସେ କେବଳ ଓକିଲାତି ନାଁ ରେ ଟଙ୍କା ନେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ସୋଏବ ଅଖତର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.