ଦଶରଥପୁରରେ ମନ୍ମଥ ଚନ୍ଦ୍ର ଧଳ ସ୍ମାରକୀ ଭଳିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, ପ୍ରଦର୍ଶନୀ ମ୍ୟାଚ୍‌ରେ କିଟ୍କୁ ହରାଇଲା କିସ୍‌

ଯାଜପୁର ଟାଉନ (କେନ୍ୟୁଜ୍‌) : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବିରିପଟା ଗାଁରେ ମନ୍ମଥ ଚନ୍ଦ୍ର ଧଳ ସ୍ମାରକୀ ଭଳିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି। ଏହାକୁ ସରକାରୀ ଦଳର ମୁଖ୍ୟ ସଚେତକ ତଥା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଉଦଘାଟନ କରିଛନ୍ତି । ରାଜ୍ୟ ଭଲିବଲ ଆସୋସିଏସନର ସମ୍ପାଦକ ତଥା କିଟ୍‌ ଓ କିସ୍‌ର କ୍ରୀଡ଼ା ନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ମୁଖ୍ୟ ବକ୍ତାଭାବେ ଯୋଗ ଦେଇଥିଲେ । ଗ୍ରାମାଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ ଏଭଳି ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନକୁ ବେଶ ପ୍ରଶଂସା କରିଥିଲେ ।

VOLLYBALLବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡ଼ାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ବିଷୟରେ ଅବଗତ କରିଥିଲେ। ପ୍ରଥମେ କିଟ୍‌ ଓ କିସ୍‌ ମହିଳା ଦଳ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ କିସ୍‌ ଦଳ ବିଜୟୀ ହୋଇଥିଲା । ପରେ ଦିନିକିଆ ଦିବରାତ୍ର ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ଏଥିରେ ବିଭିନ୍ନ ଜିଲ୍ଲାର ୮ଟି ଦଳ ଭାଗ ନେଇଛନ୍ତି ।

Leave A Reply

Your email address will not be published.