ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ରାତିରେ ଶାରୀରିକ ସମ୍ପର୍କ ରଖିଲା ପୁଅ, ଭୋରରୁ ଘରୁ ତଡିଦେଲା ପୁଅର ମାଆ

ଚାନ୍ଦବାଲି (କେନ୍ୟୁଜ) : ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ରାତିରେ ଶାରୀରିକ ସମ୍ପର୍କ ରଖିଲା ପୁଅ । ସକାଳୁ ବୋହୂ କରିବେନି ବୋଲି କହି ଯୁବତୀଙ୍କୁ ଘରୁ ତଡିଦେଲେ ପୁଅର ମାଆ । ମାଆ ସରକାରୀ ସ୍କୁଲର ଶିକ୍ଷୟତ୍ରୀ ବାପା ବି ସରକାରୀ ଚାକିରିଆ ହେଲେ ପୁଅର କାମ ଶୁଣିଲେ ମୁଣ୍ଡ ତଳକୁ ହୋଇଯାଉଛି। ପୁଅ ଭଲ ପାଇଥିବାରୁ ବିବାହର ପ୍ରତିଶୃତି ଦେଇ ରାତିରେ ଘରେ ରଖି ଶାରୀରିକ ସମ୍ପର୍କ ରଖିଲା ଆଉ ଭୋର ସମୟରେ ପୁଅର ମାଆ ତତେ ମୁଁ ବୋହୁ କରିବିନାହିଁ ବୋଲି କହି ମାଡ ମାରି ଘର ବାହାରକୁ ତଡିଦେଲା । ତେବେ ବୋହୁର ମାନ୍ୟତା ଦାବି କରି ଯୁବତୀ ସମେତ କିଛି ମହିଳା ନ୍ୟାୟ ଦାବି କରି ପୁଅ ଘର ଆଗରେ ବସିଛନ୍ତି ଧାରଣାରେ । ଏମିତିକା ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୂଷୁରା ଥାନା ଅର୍ନ୍ତଗତ ବୋଡକରେ ।

ତେବେ ଧୂଷୁରୀ ଥାନାରେ କରାଯାଇଥିବା ଲିଖିତ ଅଭିଯୋଗ ଅନୁସାରେ ବୋଡକ ଗ୍ରାମର ସରକାରୀ ଚାକିରିଆ ମିନତୀ ନାୟକ ଓ କଳିଙ୍କ ନାୟକଙ୍କ ପୁଅ ସିଦ୍ଧାର୍ଥ ସେହି ଗାଁର ଜଣେ ଯୁବତୀଙ୍କ ସହ ଦେଢବର୍ଷ ହେଲା ପ୍ରେମ ସମ୍ପର୍କ ରଖିଥିଲା । ବିବାହର ପ୍ରତିଶୃତି ଦେଇ ବାରମ୍ବାର ଯୁବତୀ ସହ ଶାରିରୀକ ସମ୍ପର୍କ ମଧ୍ୟ ରଖିଚାଲିଥିଲା । ହେଲେ ଚଳିତମାସ ୨୧ତାରିଖ ରାତିରେ ଦେଖାକରିବାକୁ ଡାକି ଘରକୁ ନେଇ କୋର୍ଟ ମେରେଜ କରିବ ବୋଲି କହି ରାତିରେ ତାଙ୍କ ଘରେ ରଖି ଶାରିରିକ ସମ୍ପର୍କ ରଖିଲା । ହେଲେ ଭୋର ସମୟରେ ସିଦ୍ଧାର୍ଥର ମାଆ ଯୁବତୀକୁ ମାଡ ମାରି ଘର ବାହାରକୁ ବିଦା କରିଦେିଥିବା ଅଭିଯୋଗ କରିଛନ୍ତି ଯୁବତୀ ଜଣକ ।

ଏନେଇ ଯୁବତୀ ଜଣକ ଧୂଷୁରି ଥାନାରେ ଲିଖିତ ଅଭିଯୋଗ କଲାପରେ ପୋଲିସ ସିଦ୍ଧାର୍ଥକୁ ଗିରଫ କରିଛି । ତେବେ ଏହି ଘଟଣାରେ ଯୁବତିକୁ ନ୍ୟାୟ ଓ ସିଦ୍ଧାର୍ଥର ମାଆକୁ ଗିରଫ ଦାବି ନେଇ ଆଦି ଯୁବତୀ ପରିବାର ସମେତ ଗାଁର କିଛି ମହିଳା ପୁଅ ଘରେ ଆଗରେ ଧାରଣାରେ ବସିଛନ୍ତି । ତେବେ ଏହାକୁ ନେଇ ପୁଅ ଘର ତରଫରୁ କୌଣସି ପ୍ରତିକ୍ରୀୟା ମିଳିନି।

Leave A Reply

Your email address will not be published.