ବହୁତ କମ୍‌ ସମୟରେ ବନାନ୍ତୁ ଗାଜର ଆଚାର, ଭାତ ରୁଟି ସବୁ ପଳେଇବ ଚଟାପଟ୍‌

ଖାଦ୍ୟର ସ୍ୱାଦକୁ ବଢ଼ାଇଥାଏ ଆଚାର। ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ଆଚାର ବିନା ଖାଦ୍ୟ ଅଧୂରା ରହିଯାଏ। ଏବେର ଥଣ୍ଡା ପାଗରେ ଆମ୍ଭ ଆଚାର ବନାଇବା କଷ୍ଟକର ତେଣୁ ଆପଣ ଗାଜର ଆଚାର ବନାଇ ପାରିବେ। ଆସନ୍ତୁ ଜାଣିବା କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  1. ଅଧା କିଲୋ ଗାଜର
  2. ପାଞ୍ଚ ଚାମଚ ସୋରିଷ
  3. ୧ ଚାମଚ ଲାଲ ଲଙ୍କା ପାଉଡର
  4. ଅଧା ଚାମଚ ହେଙ୍ଗୁ
  5. ଏକ ଚାମଚ ଲେମ୍ବୁ ରସ
  6. ସୋରିଷ କିମ୍ବା ଅଲିଭ ତେଲ
  7. ଲୁଣ ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

  • ଗାଜରକୁ ଚୋପା ଛଡାଇ ଭଲଭାବେ ସଫା କରିଦିଅନ୍ତୁ। ଏହାକୁ ଦୁଇ ଦୁଇ ଇଞ୍ଚ ଖଣ୍ଡରେ କାଟି ଦିଅନ୍ତୁ।ଧ୍ୟାନ ରଖନ୍ତୁ ଗାଜରରୁ ଯେପରି ସମସ୍ତ ପାଣି ଶୁଖିଯିବ।
  • ସବୁଠୁ ଭଲ ହେବ ତ ଯଦି ଏହାକୁ ଗୋଟିଏ ଦିନ ଖରାରେ ରଖିଦେବେ। ନଚେତ ଆଚାର ଖରାପ ହୋଇଯିବାର ଆଶଙ୍କା ରହିବ।
  • ଯେତେ ବି ସାମଗ୍ରୀ ଅଛି ତାକୁ ଗୋଟିଏ ଜାରରେ ଗାଜର ସହିତ ମିଶାଇ ରଖିଦିଅନ୍ତୁ।
  • ଜାରକୁ ଖରାରେ ରଖିଦିଅନ୍ତୁ। ଯାହାପରେ ଆପଣଙ୍କ ଆଚାର ପ୍ରସ୍ତୁତ ହୋଇଯିବ। ଏହାକୁ ଦୁଇ ରୁ ତିନି ଦିନ ସମୟ ଲାଗିବ।
  • ଆପଣ ଚାହିଁବେ ତ ଏଥିରେ କଞ୍ଚା ଲଙ୍କା ବି ପକାଇ ପାରିବେ।
Leave A Reply

Your email address will not be published.