Below header

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରଜନୀକାନ୍ତ, ସପ୍ତାହେ ଯାଏଁ ବିଶ୍ରାମ ନେବାକୁ ଡାକ୍ତରଙ୍କ ପରାମର୍ଶ

ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଦକ୍ଷିଣ ଭାରତୀୟ ସୁପରଷ୍ଟାର ରଜନୀକାନ୍ତ। ରବିବାର ସେ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି। ଏନେଇ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲ ତରଫରୁ ଜାରି ହୋଇଥିବା ବୁଲେଟିନ୍‌ରେ ସୂଚନା ଦିଆଯାଇଛି। ୩ ଦିନ ତଳେ ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। ଫଳରେ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ ଘରକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଘରେ ମଧ୍ୟ ତାଙ୍କୁ ଏକ ସପ୍ତାହ ପର୍ଯ୍ୟନ୍ତ ବିଶ୍ରାମ ନେବାକୁ ଡାକ୍ତର ମାନେ ପରାମର୍ଶ ଦେଇଛନ୍ତି।

ପ୍ରକାଶ ଯେ ସୁପରଷ୍ଟାର ରଜନୀକାନ୍ତ ଶୁକ୍ରବାର ହାଇଦ୍ରାବାଦର ହସପିଟାଲରେ ଭର୍ତ୍ତି ହୋଇଥିଲେ। ଫିଲ୍ମ Annathe ର ସୁଟିଂ ସମୟରେ ବ୍ଲଡ ପ୍ରେସର କମ୍ ହେବାରୁ ହସପିଟାଲରେ ଭର୍ତ୍ତି ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.