Below header

ଫୁଟବଲ ଟିମର ସଦସ୍ୟଙ୍କଠୁ ବି ଅଧିକ ରୋନାଲଡୋଙ୍କ ଗାର୍ଲଫ୍ରେଣ୍ଡ ସଂଖ୍ୟା, ବିପାଶା ବସୁଙ୍କ ସହ ବି ଥିଲା ଆଫେୟାର୍ସ

ଫୁଟବଲ ଜଗତର ଷ୍ଟାର ଖେଳାଳି ଭାବେ ପରିଚିତ ପର୍ତ୍ତୃଗାଲର କ୍ରିଷ୍ଟିୟାନୋ ରୋନାଲଡୋଙ୍କୁ କିଏ ବା ନ ଜାଣେ। ଖେଳ ଅପେକ୍ଷା ରୋନାଲଡୋ ନିଜ ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚିତ। ଫୁଟବଲ ଟିମରେ ୧୧ ଜଣ ଖେଳୁଥିବା ବେଳେ କ୍ରିଷ୍ଟିୟାନୋଙ୍କ ଗାର୍ଲଫ୍ରେଣ୍ଡ ସଂଖ୍ୟା ତା’ଠୁ ମଧ୍ୟ ଅଧିକ। ତାଙ୍କର ୪ଟି ଛୁଆ ମଧ୍ୟ ଅଛନ୍ତି। କିନ୍ତୁ ଆଜି ଯାଏଁ ଏହି ଷ୍ଟାର ଖେଳାଳି ବିବାହ କରିନାହାନ୍ତି।

Every Cristiano Ronaldo Girlfriend Through The Years

ବ୍ରାଜିଲର ମଡେଲ ଜୋର୍ଡନା ଜାର୍ଦେଲ ଥିଲେ ରୋନାଲଡୋଙ୍କ ପ୍ରଥମ ଗାର୍ଲଫ୍ରେଣ୍ଡ। ସେ ତାଙ୍କ ଟିମର ଜଣେ ଖେଳାଳିଙ୍କ ଭଉଣୀ ଥିଲେ। ଏହା ପରେ ୨୦୦୫ ରୁ ୨୦୦୬ ଯାଏଁ ପର୍ତ୍ତୃଗାଲର ମଡେଲ ଟିଭି ଆଙ୍କର ମାର୍ସି ରୋମେରୋ ତାଙ୍କ ପ୍ରେମିକା ଥିଲେ। ୨୦୦୭ ରେ ୪ ମାସ ପାଇଁ ବ୍ରିଟେନର ଜେମା ଏଣ୍ଟିକସନ ରୋନାଲଡୋଙ୍କ ଗାର୍ଲଫ୍ରେଣ୍ଡ ଥିଲେ। ପରେ ସେ ଅନ୍ୟ ମଡେଲଙ୍କ ସହ ମଧ୍ୟ ପ୍ରେମ ସମ୍ପର୍କରେ ରହିଥିଲେ। ମାତ୍ର କାହା ସହ ବି ସେ ଦୀର୍ଘ ଦିନ ରହିନଥିଲେ।

20 Girlfriend Cristiano Ronaldo Has Dated (2003-2018) - YouTube

୨୦୧୦ରୁ ସେ ରୁଷର ମଡେଲ ଇରିନା ଶୟକଙ୍କ ସହ ୫ବର୍ଷ ଧରି ସମ୍ପର୍କରେ ଥିଲେ। ୨୦୧୫ ରେ ଉଭୟେ ଅଲଗା ହେବା ପରେ ରୋନାଲଡୋ ସେହି ବର୍ଷ ଟିଭି ରିପୋର୍ଟର ଲୁସିଆଙ୍କ ସହ ରିଲେସନସିପରେ ଆସିଥିଲେ। ପରେ ସେ ସ୍ପେନର ମଡେଲ ଜର୍ଜିନାଙ୍କ ସହ ସମ୍ପର୍କରେ ରହିଥିଲେ। ଜର୍ଜିନା ହେଉଛନ୍ତି ଏହି ଫୁଟବଲରଙ୍କ ଚତୁର୍ଥ ଶିଶୁର ମା’।

Birthday Special : फुटबॉल टीम से ज्यादा थी ...

ଏମାନଙ୍କ ବ୍ୟତୀତ ରୋନାଲଡୋଙ୍କ ଆଫେୟାର୍ସ ପର୍ତ୍ତୃଗାଲର କରିନା ଫେରୋ, ସୋରାଇ କାବେ ଏମିତିକି ଭାରତର ବିପାଶା ବସୁଙ୍କ ସହ ଥିଲା ବୋଲି ଚର୍ଚ୍ଚା ହୁଏ। ୨୦୦୭ ମସିହାରେ ବିପାଶା ରୋନାଲଡୋଙ୍କ ସହ ଦେଖା ହୋଇଥିଲେ। ରିପୋର୍ଟ ମୁତାବକ ସେତେବେଳେ ଉଭୟେ ପରସ୍ପର ସହ ପ୍ରେମ ସମ୍ପର୍କରେ ଥିଲେ। ଏକ ପାର୍ଟିରେ ରୋନାଲଡୋ ବିପାଶାଙ୍କୁ କିସ ମଧ୍ୟ କରିଥିଲେ, ଯାହାର ଫଟୋ ସେତେବେଳେ ଖୁବ ଭାଇରାଲ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.