Below header

ଅସଭ୍ୟ ଭାବରେ ଛିଙ୍କିଲେ କିମ୍ବା କାଶିଲେ ଭୋଗିବାକୁ ପଡିପାରେ ଦଣ୍ଡ ଏବଂ ଜରିମାନା, ଜୁନ ପହିଲାରୁ ଲାଗୁ ହେବ ନିୟମ

କରୋନା ଉପରେ ରୋକ ଲଗାଇବା ପାଇଁ ଚୀନ ବିଭିନ୍ନ ପ୍ରକାରର ଉପାୟ ବାହାର କରୁଛି। ଏବେ ଦେଶରେ ଅସଭ୍ୟ ଭାବରେ ଛିଙ୍କିଲେ କିମ୍ବା କାଶିଲେ ଦଣ୍ଡବିଧାନ କରାଯିବ। ଏହି ଆଇନ ୧ ଜୁନ ୨୦୨୦ରେ ବେଜିଙ୍ଗରେ ଲାଗୁ ହେବାକୁ ଯାଉଛି। ଦଣ୍ଡବିଧାନ ଭାବରେ ଅଲଗା ଅଲଗା ଶ୍ରେଣୀର ଜରିମାନା ଲଗାଯାଇପାରେ। ନୂଆ ଆଇନ ଅନୁଯାୟୀ ଲୋକଙ୍କର ସଫା ସୁତୁରାକୁ ଧ୍ୟାନରେ ରଖିବା ପାଇଁ କୁହାଯାଇଛି।

ଯଦି ଜଣେ ବ୍ୟକ୍ତି କୌଣସି ସଂକ୍ରାମକା ରୋଗରେ ପୀଡିତ ଅଛନ୍ତି ତେବେ ସେ ଦାୟିତ୍ୱବୋଧ ଭାବରେ ଏହାର ସୂଚନା ମେଡିକାଲରେ ଜଣାନ୍ତୁ। ଜରୁରୀ ଯାଞ୍ଚ ଏବଂ କ୍ୱାରେଣ୍ଟିନକୁ ପୂରା କରନ୍ତୁ ଏବଂ ସମସ୍ତ ଚିକିତ୍ସାକୁ ଗମ୍ଭୀର ଭାବରେ ନେବା ଜରୁରୀ। ସାର୍ବଜନିକ ସ୍ଥାନରେ ସମସ୍ତଙ୍କୁ ଏକ ମିଟର ଦୂରତା ପାଳନ କରିବାକୁ ହେବ। ଖାଦ୍ୟ ଖାଇବା ସମୟରେ ଅଲଗା ଥାଳିରେ ଖାଇବାକୁ ହେବ।

snezzingଏହି କାର୍ଯ୍ୟକୁ ଧରାଯାଇଛି ଅସଭ୍ୟ

ଏହି ଆଦେଶ ଅନୁଯାୟୀ ମୁହଁ ଏବଂ ନାକକୁ ବିନା କପଡ଼ାରେ ଛିଙ୍କିବା କିମ୍ବା କାଶିବାକୁ ଅସଭ୍ୟ ବୋଲି କୁହାଯାଇଛି। ଏହାସହିତ ନିଜ ଥାଳିରୁ ଖାଦ୍ୟ ସେୟାର କରିବାକୁ ମଧ୍ୟ ଅସଭ୍ୟ କରିଦିଆଯାଇଛି। ରୋଗଗ୍ରସ୍ତ ଲୋକଙ୍କୁ ସାର୍ବଜନିକ ସ୍ଥାନକୁ ବିନା ମାସ୍କରେ ବାହାରକୁ ନ ଆସିବାକୁ କୁହାଯାଇଛି।

ଵେଜିଂ ବିକିନି ଉପରେ ମଧ୍ୟ ପ୍ରତିବନ୍ଧକ। ଚୀନରେ ଅଧିକ ଗରମ ହେବା କାରଣରୁ ପୁରୁଷମାନେ ନିଜ ଟି-ସାର୍ଟକୁ ଛାତି ଆଡକୁ ମୋଡି ନିଜ ପେଟକୁ ଖୋଲା ରଖନ୍ତି। ଏହାକୁ ବେଜିଂ ବିକିନି କୁହାଯାଏ। କାହିଁକିନା ଏପରି ବେଜିଂରେ ଅଧିକ ହେଉଥିବା ଜଣାପଡ଼ିଛି। ନୂଆ ଆଇନ ଅନୁଯାୟୀ ଏହି ସବୁ ଅଭ୍ୟାସ ଉପରେ ମଧ୍ୟ ପ୍ରତିବନ୍ଧକ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.