କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍‌, ଏଣିକି ଅତି ସାମାନ୍ୟ କରୋନା ଲକ୍ଷଣ ଥିବା ଆକ୍ରାନ୍ତ ହୋମ୍‌ ଆଇସୋଲେସନ୍‌ରେ ରହିବେ

ଅତି ସାମାନ୍ୟ କରୋନା ଲକ୍ଷଣ ଥିବା ଆକ୍ରାନ୍ତଙ୍କ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍‌ । ଏଣିକି ସେମାନେ ହୋମ୍‌ ଆଇସୋଲେସନ୍‌ରେ ରହିବେ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପୂର୍ବ ଗାଇଡଲାଇନରେ ପରିବର୍ତ୍ତନ ଆଣିଛି । ଅତି ସାମାନ୍ୟ ଲକ୍ଷଣ ଥିବା ରୋଗୀ ମେଡିକାଲ ଅଫିସରଙ୍କ ତତ୍ତ୍ୱାବଧାନରେ ହୋମ୍‌ ଆଇସୋଲେସନରେ ରହିବେ । ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ସେମାନେ ଜିଲ୍ଲା ସର୍ଭେଲାନ୍ସ ଅଧିକାରୀଙ୍କୁ ସମୟ ଅନୁସାରେ ଜଣାଇବେ । ଯାହା ଦ୍ୱାରା ସର୍ଭେଲାନ୍ସ ଟିମ୍‌ ତାଙ୍କ ଉପରେ ରଖିପାରିବେ ନଜର ।

home

ଆକ୍ରାନ୍ତ ଏକାନ୍ତବାସରେ ଓ ପରିବାର ଲୋକ କ୍ୱାରେଣ୍ଟାଇନରେ ରହିବେ ପରିବାର ଲୋକ । ୨୪ ଘଣ୍ଟା ନିୟୋଜିତ ରହିବେ ଜଣେ କେୟାର ଟେକର୍‌ । ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ ଓ କେୟାର ଟେକର ମେଡିକାଲ ଅଫିସରଙ୍କ ପରାମର୍ଶକ୍ରମେ ପ୍ରତିଷେଧକମୂଳକ ସ୍ୱରୂପ ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌ ଖାଇବେ । ଡାଉନ୍‌ଲୋଡ୍‌ କରିବେ ଆରୋଗ୍ୟ ସେତୁ ଆପ୍‌ । ସେଲ୍‌ଫ ଆଇସୋଲେସନ୍‌ ଫର୍ମ ପୂରଣ କରିବେ । ଏଥିସହ ହୋମ୍‌ କ୍ୱାରେଣ୍ଟାଇନ ଗାଇଡଲାଇନକୁ ପାଳନ କରିବେ ଅତି ସମାନ୍ୟ ଲକ୍ଷଣ ଥିବା ଆକ୍ରାନ୍ତ । ପୂର୍ବରୁ ଏଭଳି ଆକ୍ରାନ୍ତ କୋଭିଡ୍‌ କେୟାର ସେଣ୍ଟର, କୋଭିଡ୍‌ ହେଲ୍‌ଥ ସେଣ୍ଟର କିମ୍ବା କୋଭିଡ୍‌ ହସ୍ପିଟାଲରେ ରହୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.