Below header

କରୋନା ସନ୍ଦିଗ୍ଧଙ୍କୁ ଧରିବାକୁ ପୋଲିସର ଅଭିନବ ଟେକ୍ନିକ, ଅମାନିଆଙ୍କୁ ଏହି ଉପାୟରେ କରୁଛି ସାବାଡ଼

କରୋନା ଲକଡାଉନ ବେଳେ ସରକାର ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି। ତଥାପି କିଛି ଅମାନିଆ ସରକାରଙ୍କ ଏହି ନିୟମକୁ ମାନୁନଥିବା ଦେଖିବାକୁ ମିଳିଛି। ଏହି ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଚଣ୍ଡୀଗଡ଼ ପୋଲିସ ନିଆରା ଉପାୟ ଆପଣାଇଛି। ଲୋକଙ୍କୁ ଧରିବା ପାଇଁ ପୋଲିସ ହାତ ବ୍ୟବହାର ନ କରି ବ୍ରେକର ମାଧ୍ୟମରେ ଧରୁଛି। ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ପୋଲିସ ଏହି ଉପାୟ ଆପଣାଇଥିବା କହିଛି।

Coronavirus Resource Center - Harvard Health

ଏହି ବ୍ରେକରର ଗୋଟିଏ ପଟେ ଜାଲ ରହିଥିବା ବେଳେ ବଡ଼ ହ୍ୟାଣ୍ଡେଲ ରହିଛି। ଫଳରେ ଦୌଡ଼ି ପଳାଉଥିବା ଲୋକଙ୍କୁ ନ ଛୁଇଁ ମଧ୍ୟ ଧରିବାରେ ଏହା ସାହାଯ୍ୟ କରୁଛି। ଡିଜିପି ଚଣ୍ଡୀଗଡ଼ ପୋଲିସ ଏହି ବ୍ରେକରର ଭିଡିଓକୁ ଟ୍ୱିଟରରେ ସେୟାର କରିଛନ୍ତି। ଭିଡ଼ିଓରେ ଜଣେ ପୋଲିସ କର୍ମୀ ଏହି ଡିଭାଇସକୁ ଧରିଥିବା ଦେଖିବାକୁ ମିଳିଛି।

ଦେଖନ୍ତୁ ଭିଡିଓ:

ଭିଡିଓ ସେୟାର କରି ଚଣ୍ଡୀଗଡ଼ ପୋଲିସ ପକ୍ଷରୁ କ୍ୟାପସନରେ ଲେଖାଯାଇଛି “ଚଣ୍ଡୀଗଡ଼ ପୋଲିସର ବିଆଇପି ସିକ୍ୟୁରିଟି ଉଇଙ୍ଗ ଅସହଯୋଗ କରୁଥିବା କରୋନା ସନ୍ଦିଗ୍ଧ ଓ କର୍ଫ୍ୟୁ ମାନୁନଥିବା ଲୋକଙ୍କ ସହ ଲଢ଼ିବାକୁ ଏହି ନିଆରା ଉପାୟ ଆପଣାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.