Below header

ଦେଶରେ ବଢ଼ିଲା ଓ୍ଵାର୍କ ଫ୍ରମ୍‌ ହୋମ୍‌ ଅବଧି , ଆଇଟି ସେକ୍ଟରରେ ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ବଢ଼ିଲା ଓ୍ଵାର୍କ ଫ୍ରମ୍‌ ହୋମ୍‌ ଅବଧି । ଆଇଟି ସେକ୍ଟରରେ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଏହାକୁ ବୃଦ୍ଧି କରାଯାଇଛି । ଆଜି ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ । ଆଜି ବିଭିନ୍ନ ରାଜ୍ୟର ଆଇଟି ମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିଲେ କେନ୍ଦ୍ର ମନ୍ତ୍ରୀ । ଓ୍ଵାର୍କ ଫ୍ରମ୍‌ ହୋମ୍‌ ଅବଧି ବୃଦ୍ଧି କରିବା ପାଇଁ ଓଡ଼ିଶା ସମେତ କିଛି ରାଜ୍ୟ ଦାବି କରିଥିଲେ । ଏହାପରେ ବୃଦ୍ଧି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । କରୋନା ଭାଇରସ୍‌ ଓ ଲକ୍‌ଡାଉନ୍‌ ଯୋଗୁ ବର୍ତ୍ତମାନ ଓ୍ଵାର୍କ ଫ୍ରମ୍‌ ହୋମ୍‌ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.