Below header

କ୍ୟାନ୍ସର ରୋଗୀଙ୍କ ପାଇଁ ରାଜ୍ୟ ସରକାର ଜାରି କଲେ ନୂଆ ହେଲ୍ପଲାଇନ, ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କେଉଁ ନମ୍ବର

ଭୁବନେଶ୍ୱର: କ୍ୟାନ୍ସର ରୋଗୀଙ୍କ ପାଇଁ ରାଜ୍ୟ ସରକାର ଏକ ନୂଆ ବ୍ୟବସ୍ଥା ଆରମ୍ଭ କରିଛନ୍ତ । ପ୍ରତି ଜିଲ୍ଲାରେ ଥିବା କ୍ୟାନ୍ସର ପୀଡିତଙ୍କ ସୁବିଧା ପାଇଁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । କେମୋ ଥେରାପି, ପଲ୍ଲିଏଟିଭ କେୟାର ତଥା ବିଭିନ୍ନ ଅନୁସରଣ ପାଇଁ ସ୍ୱତନ୍ତ୍ର ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ତାଲିମ ଦିଆଯାଇଛି ।

ଟେଲି ମେଡ଼ିସିନ ମାଧ୍ୟମରେ ସେଗୁଡିକୁ AHPGIC ସହିତ ମଧ୍ୟ ସଂଯୁକ୍ତ କରାଯାଇଛି । ବିଭିନ୍ନ ଜିଲ୍ଲାରେ ଥିବା କ୍ୟାନ୍ସର ରୋଗୀ ତଥା ସେମାନଙ୍କ ସମ୍ପର୍କୀୟ ମାନେ ଏହି ନମ୍ବର ଜରିଆରେ ଯୋଗାଯୋଗ କରି ରୋଗ ସମ୍ଭନ୍ଧୀୟ ସୂଚନା ପାଇବା ସହ ଏହାର ସଠିକ ଚିକିତ୍ସା ସମ୍ବନ୍ଧରେ ମଧ୍ୟ ଅବଗତ ହୋଇପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.