Below header

କରୋନା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇଲେ ଅଭିଷେକ ବଚ୍ଚନ, କିଣି ଦେଲେ ୧ ଲକ୍ଷ ଟଙ୍କାର ମାମୁଲି ସ୍କେଚ

ବଲିଉଡ କୋରିୟଗ୍ରାଫର ଏବଂ ନିର୍ଦେଶକ ଫାରାହ ଖାନଙ୍କ ଝିଅ ଏକ ଚାରିଟେବୁଲ ସଂସ୍ଥା ଚଳାଉଛନ୍ତି। ଏଥିସହ ସେ ସ୍କେଚ ତିଆରି କରି ଲୋକଙ୍କୁ ବିକ୍ରି କରିଥାନ୍ତି। ଏଥିରୁ ମିଳୁଥିବା ଟଙ୍କା କରୋନା ପିଡୀତଙ୍କ ପାଇଁ ଦାନ କରୁଛନ୍ତି। ସୂଚନା ମୁତାବକ କିଛି ଦିନ ପୂର୍ବରୁ ଖବର ସାମ୍ନାକୁ ଆସିଥିଲା ଆନ୍ୟା ନିଜର ସ୍କେଚ ବିକ୍ରି କରି ପାଖାପାଖି ୭୦ହଜାର ଟଙ୍କା ଏକାଠି କରିଛନ୍ତି। ବର୍ତ୍ତମାନ କିନ୍ତୁ ତାଙ୍କର ଏହି ସଂସ୍ଥା ପାଇଁ ବଲିଉଡ ଅଭିନେତା ଅଭିଷେକ ବଚ୍ଚନଙ୍କ ସହାୟତା ମିଳିଛି। ଅଭିଷେକ ଏହି ସାଧାରଣ ସ୍କେଚ ପାଇଁ ଆନ୍ୟାଙ୍କୁ ୧ଲକ୍ଷ ଟଙ୍କା ଦେଇଛନ୍ତି। ଏହି ସୂଚନା ସାମ୍ନାକୁ ଆସିବା ପରେ ଫାରାହ ଖାନ ଇନଷ୍ଟାଗ୍ରାମ ଜରିଆରେ ନିଜର ଖୁସି ଜାହିର କରିଛନ୍ତି।

avi 2

ଫାରାହ ଖାନ ଅଭିଷେକ ବଚ୍ଚନଙ୍କୁ ଆଲିଙ୍ଗନ କରିଥିବାର ର୍କ ଫଟୋ ସେୟାର କରି ଲେଖିଛନ୍ତି, “ସ୍କେଚ କେ ଲିୟେ ଏକ ଲାକ୍ଷ କୌନ ଦେତା ହେ? କେବଳ ବଚ୍ଚନ। ଏହାଦ୍ୱାରା ଆନ୍ୟାଙ୍କ ଚାରିଟେବୁଲ ସଂସ୍ଥା ୨ ଗୁଣ ଅଧିକ ବଢିଯିବା, ଧନ୍ୟବାଦ। ବଡେ ଦିଲୱାଲା ଏକ ପାଗଲ ଲଡ଼କା। ଗଲେ ଲଗ ଜା। ମେ ଯାନତି ହୁଁ ମେ ଜୋ କର ରହି ହୁଁ ଉସେ ତୁମ ନାପସନ୍ଦ କରୋଗେ।”

ବାସ୍ତବରେ ବଚ୍ଚନ ପରିବାରର ଇତିହାସ ରହିଛି ଜଦି ସେମାନେ ଚାରିଟେବୁଲ ସଂସ୍ଥା ପାଇଁ କିଛି କାମ କରିଥାନ୍ତି ତେବେ ସେ ସାର୍ବଜନିକ ସ୍ତରରେ ଏହାକୁ ଘୋଷଣା କରିନଥାନ୍ତି। ଏହିକାରଣରୁ ଫାରାହ ଖାନ ସେୟାର କରିଥିବା ଫଟୋର ଶେଷରେ ପସନ୍ଦ ନଆସିବ ବୋଲି ଲେଖିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.