ରାମପୁରରେ ପହଞ୍ଚିଲେ ବାଦୁଡି ପଲ, ଶବ୍ଦ ଶୁଣି ଭୟଭୀତ ହେଲେ ଲୋକ

ଯେବେଠାରୁ କରୋନା ଭାଇରସର ଭୟ ଆରମ୍ଭ ହୋଇଛି ସେହିଦିନଠାରୁ ବାଦୁଡି ମାନେ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। କୁହାଯାଉଥିଲା ବାଦୁଡି ଦ୍ୱାରା କରୋନା ଭାଇରସ ମଣିଷ ନିକଟରେ ପହଞ୍ଚୁଛି। ଏହି କାରଣରୁ ବର୍ତ୍ତମାନ ବାଦୁଡି ନାଁ ଶୁଣିବା ମାତ୍ରେ ହି ଲୋକଙ୍କ ମନରେ ଭୟ ସୃଷ୍ଟି ହେଉଛି। ଏହାମଧ୍ୟରେ ଉତ୍ତର ପ୍ରଦେଶର ରାମପୁରରେ ବାଦୁଡିଙ୍କ ମେଳ ଦେଖିବା ପରେ ଖୁବ ଭୟଭୀତ ହୋଇଯାଇଛନ୍ତି।

ଗତ ସୋମବାର ଦିନ ଫଟୋ ଚୁଙ୍ଗି ସାମ୍ନାରେ ଶ୍ରମ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ଗଛରେ ବାଦୁଡି ଓହଳି ରହିଥିବାର ନଜର ଆସିଛନ୍ତି। ଏହାଦ୍ବାରା ସେଠାର ପାଖାପାଖି ଅଂଚଳରେ ରହୁଥିବା ଲୋକମାନେ ଡରି ଯାଇଛନ୍ତି। କାର୍ଯ୍ୟାଳୟ ନିକଟରେ ରହୁଥିବା ଅଧିବକ୍ତା ହିଦାୟତ ଅଲ୍ଲୀ କହିଛନ୍ତି, ଗତ ରବିବାର ପର୍ଯ୍ୟନ୍ତ ଏଠାରେ ବାଦୁଡି ନଥିଲେ କିନ୍ତୁ ରାତିକ ଭିତରେ କୁଆଡୁ ବାଦୁଡିମାନେ ଆସି ଏହି ଗଛରେ ବସା ବାନ୍ଧିଛନ୍ତି। ଏହି ବାଦୁଡିମାନଙ୍କର ଆବାଜ ଶୁଣି ଲୋକମାନେ ମଧ୍ୟ ରାତି ସାରା ଶୋଇ ପାରିନାହାନ୍ତି। ଦିନରେ ମଧ୍ୟ ଏମାନଙ୍କ ଆବାଜ ଶୁଣିବାକୁ ମିଳୁଛି। ବର୍ତ୍ତମାନ ବାଦୁଡିକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଥିବାରୁ ରାମପୁର ଲୋକଙ୍କ ମନରେ ଏନେଇ ଭୟ ସୃଷ୍ଟି ହୋଇଛି।

bat 2

ସୂଚନା ମୁତାବକ ରାଜକୀୟ ରଜା ସ୍ନାତକୋତ୍ତର ମହାବିଦ୍ୟାଳୟରେ ଜନ୍ତୁ ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର ଡା. ବେବି ତବସ୍ସୁମଙ୍କ କହିବାନୁଯାୟୀ, ବାଦୁଡିକୁ ଡରିବା କୌଣସି ଆବଶ୍ୟକ ନାହିଁ। ଏମାନେ ସାଧାରଣତଃ ଅଧିକାଂଶ ଭୋଜନ ମିଳୁଥିବା ସ୍ଥାନରେ ଦେଖାଯାଇଥାନ୍ତି। ବାଦୁଡି ଦ୍ୱାରା ଅନ୍ୟ ରୋଗ ହେବାର ଭୟ ରହିଛି କାରଣ ବାଦୁଡି ସ୍ତନଧାରୀ ଜୀବ। ସେହିଭଳି ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁବୋଧ କୁମାର ଶର୍ମା କହିଛନ୍ତି, ବାଦୁଡି ଠାରୁ କରୋନା ବ୍ୟାପୁଛି, ବର୍ତ୍ତମାନ ଏହା ପ୍ରମାଣିତ ହୋଇପାରିନାହିଁ। ଏଠାରେ ଅନ୍ୟ କୌଣସି କାରଣରୁ ବାଦୁଡିମାନେ ଏକାଠି ଉପସ୍ଥିତ ହୋଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.