Below header

ଜିମ୍‌ରେ ଧୋନି, ଖୁବ୍‌ ଶୀଘ୍ର କ୍ରିକେଟ୍‌ ପଡ଼ିଆକୁ ଫେରିବା ନେଇ ଚର୍ଚ୍ଚା

ରାଞ୍ଚି : ବିଶ୍ୱକପ୍‌ ପରେ ଦୀର୍ଘ ଦିନ ହେବ କ୍ରିକେଟ୍‌ ପଡ଼ିଆରୁ ଗାୟବ ଅଛନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ତେବେ ଗତକାଲି ତାଙ୍କୁ ଜିମ୍‌ରେ ବ୍ୟାୟାମ କରୁଥିବାର ଦେଖିବାକୁ ମିଳିଛି । ଧୋନି ଏବେ ନିଜ ଜନ୍ମସ୍ଥାନ ଝାଡ଼ଖଣ୍ଡର ରାଞ୍ଚିରେ ଅଛନ୍ତି । ତାଙ୍କୁ ଝାଡ଼ଖଣ୍ଡ ରାଜ୍ୟ କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମ୍‌ ଜିମ୍‌ରେ ଦେଖିବାକୁ ମିଳିଥିଲା ।

DHONI-2

ସେ ନିଜେ କୌଣସି ମନ୍ତବ୍ୟ ଦେଇ ନଥିଲେ ମଧ୍ୟ କ୍ରିକେଟ୍‌ ପଡ଼ିଆକୁ ଫେରିବା ପୂର୍ବରୁ ନିଜକୁ ଏଥିପାଇଁ ଫିଟ୍‌ କରୁଥିବା ଅନୁମାନ କରାଯାଉଛି । ଏହା ସହିତ ଝାଡ଼ଖଣ୍ଡର ୨୩ ବର୍ଷରୁ କମ୍‌ କ୍ରିକେଟ୍‌ ଟିମ୍‌ ସହ ସେ ଅଭ୍ୟାସ କରିଥିବାର ମଧ୍ୟ ସୂଚନା ମିଳିଛି ।
ତେବେ ଜିମ୍‌ରେ ଧୋନିଙ୍କ ଓ୍ଵାର୍କଆଉଟ୍‌ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.