Below header

ଲୋକଙ୍କ ବିରୋଧ ନୁହେଁ, ଏହି କାରଣ ଯୋଗୁଁ ଆଇପିଏଲରୁ ପଛଘୁଞ୍ଚା ଦେଉଛି VIVO

ଗତ ରବିବାର ଦିନ ଆଇପିଏଲ୍‌ ଗଭର୍ଣ୍ଣିଂ କାଉନସିଲର ବୈଠକ ବସିଥିଲା। ଯେଉଁଥିରେ ଚୀନର ମୋବାଇଲ କମ୍ପାନୀ VIVO ର ଟାଇଟଲ ସ୍ପୋନସରସିପକୁ ନେଇ ଅନେକ ବିରୋଧ ହୋଇଥିଲା। ଅଧିକାାଂଶ ଲୋକ ଆଇପିଏଲ୍‌କୁ ବୟକଟ୍‌ କରିବା ପାଇଁ ଦାବି ମଧ୍ୟ କରିଥିଲେ। ଭାରତ ଓ ଚୀନ୍ ମଧ୍ୟରେ ବଢୁଥିବା ରାଜନୈତିକ ତିକ୍ତତା ଯୋଗୁଁ ଚାଇନିଜ୍ ଫୋନ୍ କମ୍ପାନୀ ଭିଭୋ(VIVO) ଚଳିତ ବର୍ଷ ଆଇପିଏଲର ‘ଟାଇଟଲ ସ୍ପୋନ୍ସରସିପ୍’ରୁ ପଛକୁ ହଟିବ ବୋଲି ଚର୍ଚ୍ଚା ଚାଲିଥିଲା। କିନ୍ତୁ ଏହାର ପ୍ରକୃତ କାରଣ କିଛି ଅଲଗା ରହିଛି।

ଏକ ଖବର ମୁତାବକ, ଭିଭୋ ଆଇପିଏଲ ୨୦୨୦ ଟାଇଟଲ ସ୍ପୋନସରସିପରୁ ପଛକୁ ହଟିବାର କାରଣ ହେଉଛି, ଗତ ୬ ମାସ ମଧ୍ୟରେ ଆଉ ଦୁଇଟି ଆଇପିଏଲ୍‌ ଆରମ୍ଭ ହେବାକୁ ଯାଉଛି। ଆଇପିଏଲ୍‌ ୨୦୨୦ ସେପ୍ଟେମ୍ବର ଏବଂ ନଭେମ୍ବର ମଧ୍ୟରେ ହେବ, ସେହିପରି ୨୦୨୧ ଏପ୍ରିଲ –ମଇରେ ଆଉ ଏକ ଆଇପିଏଲ୍‌ ହେବାର ସମ୍ଭାବନା ରହିଛି। ଏଥିପାଇଁ ଭିଭୋ ବିସିସିଆଇକୁ ୮୮୦ କୋଟି ଟଙ୍କା ଦେବା ସହଜ ନୁହେଁ। ଏଥିପାଇଁ VIVO ଟାଇଟଲ ସ୍ପୋନସରସିପ୍‌ରୁ ପଛକୁ ହଟୁଛି ବୋଲି ଖବର ଆସୁଛି।

trplhy

ଭିଭୋ ୨୦୨୨ ପର୍ଯ୍ୟନ୍ତ ୫ ବର୍ଷର ଚୁକ୍ତି ପାଇଁ ୪୪୦ କୋଟି ଟଙ୍କା ବାର୍ଷିକ ଦେଉଛି । ଯଦି ଚଳିତବର୍ଷ ଭିଭୋ ନିଜର ସ୍ପୋନସରସିପରୁ ଓହରିଯାଏ ତେବେ ୨୦୨୨ ନୁହେଁ ୨୦୨୩ରେ ଚୁକ୍ତି ସରିବ। ସୂଚନାଯୋଗ୍ୟ, କରୋନା ଯୋଗୁଁ ମାର୍ଚ୍ଚରେ ହେବାକୁ ଥିବା ଆଇପିଏଲ୍‌ ସିଜନ ୧୩କୁ କିଛି ମାସ ପାଇଁ ସ୍ଥଗିତ କରାଯାଇଥିଲା। ତା’ ପରେ ଏବେ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ଯାଏଁ ଏହି ମ୍ୟାଚ ଖେଳାଯିବ। କିନ୍ତୁ ଚଳିତବର୍ଷ ଆଇପିଏଲ୍‌ ଭାରତରେ ନୁହେଁ ୟୁଏଇରେ ଖେଳାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.