Below header

ଶ୍ରୀରାମ ଜନ୍ମଭୂମି ପରିସରରେ ପାରିଜାତ ଗଛ ଲଗାଇଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ ଏହା ପଛରେ ରହିଛି କି କାରଣ

ଉତ୍ତରପ୍ରଦେଶ ସ୍ଥିତ ଆଯୋଦ୍ଧ୍ୟା ପରିସରରେ “ଶୀରାମ ମନ୍ଦିରର” ଭୂମି ପୂଜନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି । ଭୂମି ପୂଜନ ସହ ମନ୍ଦିର ନିର୍ମାଣର ଶିଳାନ୍ୟାସ ହୋଇଛି । ଏହି ପବିତ୍ର ଅବସରରେ ପ୍ରକୃତିକୁ ସମ୍ମାନ ଦେବାକୁ ଯାଇ ପ୍ରଧାନମନ୍ତ୍ରୀ ମୋଦି ମନ୍ଦିର ପରିସରରେ ଏକ “ପାରିଜାତ ଗଛ” ରୋପଣ କରିଛନ୍ତି । ଆଉ ସବୁଠୁ ଖାସ କଥା ହେଉଛି ପ୍ରଧାନମନ୍ତ୍ରୀ ଏହି ଗଛକୁ ପାରମ୍ପରିକ ଛିଞ୍ଚନ ପ୍ରଣାଳୀରେ ହିଁ ରୋପଣ କରାଯାଇଛି । କହିରଖିବା ଉଚିତ ହେବକି, ପାରିଜାତ ଗଛକୁ ହିନ୍ଦୁ ଧର୍ମରେ ଖୁବ ପବିତ୍ର ଧରାଯାଇଥାଏ ।
ଖାଲି ସେତିକି ନୁହେଁ ପାରିଜାତ ଗଛ ଦେଖିବାକୁ ବି ଖୁବ ସୁନ୍ଦର । ଏହି ଗଛର ଫୁଲ ଟିକୁ ଭଗବାନ ବିଷ୍ନୁଙ୍କ ଶୃଙ୍ଗାର ଓ ପୂଜାରେ ହିଁ ବ୍ୟବହାର କରାଯାଇଥାଏ ।

parijata

ଏହି କାରଣରୁ ହିଁ ଏହାକୁ “ହରସିଙ୍ଗାର” ନାମରେ ବି ଜଣାଯାଇଥାଏ । ଆଉ ମଧ୍ୟ ବିଶ୍ୱାସ କରାଯାଏକି ପାରିଜାତକୁ ଛୁଇଁବା ମାତ୍ରେ ହିଁ ଶରୀରର ସମସ୍ତ ଥକ୍କାପଣ ମେଣ୍ଟି ଯାଇଥାଏ । ଏହି ଦିବ୍ୟ ଗଛର ଉଚ୍ଚତା ୧୦ ରୁ ୨୫ ଫୁଟ ପର୍ଯ୍ୟନ୍ତ ହେବ ।ଆଉ ଏକ ବିଶେଷତ୍ୱ ହେଉଛି, ଏହି ଗଛରେ ପ୍ରଚୁର ପରିମାଣରେ ଫୁଲ ଫୁଟିଥାଏ । ଗୋଟିଏ ଦିନ ଏହି ଗଛରୁ ଯେତେବି ଫୁଲ ତୋଳା ହେଲେ ମଧ୍ୟ ପର ଦିନ ଦୁଇ ଗୁଣା ଫୁଲ ଫୁଟି ଥାଏ । ଏହି ବିଶେଷ ଗଛଟି ଭାରତର ମଧ୍ୟଭାଗ ଓ ହିମାଳୟର ପାଦ ଦେଶରେ ଅଧିକ ମାତ୍ରାରେ ଦେଖାଦେଇଥାଏ । ରାତି ସମୟରେ ଏହାର ଫୁଲ ଫୁଟୁଥିବା ବେଳେ ସକାଳ ହେବା ମାତ୍ରେ ସବୁ ଝଡି ଯାଇଥାଏ ।ଏହା ପୂର୍ବରୁ ମହନ୍ତ ରାଜକୁମାର ଦାଶ କହିଥିଲେକି, ପାରିଜାତକୁ ଏକ ଦିବ୍ୟ ବୃକ୍ଷ ଭାବେ ଧରାଯାଇଥାଏ । ଉତ୍ତର ପ୍ରଦେଶ ରାଜ୍ୟ ବାରାବାଙ୍କି ଜିଲ୍ଲାରେ ଏକ ଗଛ ଥିବା ବେଳେ ଏହାର ବୟସ ହଜାରେ ବର୍ଷ ପୁରୁଣା ହେବ ।

parijataଏକ ପୌରାଣିକ କଥା ଅନୁଯାୟୀ, ମହର୍ଷି ନାରଦ ସ୍ୱର୍ଗରୁ ପାରିଜାତ ଫୁଲ ଆଣି ଦ୍ୱାରିକାଧିସ କୃଷ୍ଣଙ୍କୁ ଭେଟି ଦେଇଥିଲେ । ଏହା ପରେ ଦ୍ୱାରିକା ଧିସ ଏହାକୁ ରୁକ୍ମିଣୀଙ୍କୁ ଉପହାର ସ୍ୱରୂପ ଦେଇଥିବା ବେଳେ ଏହାକୁ ନେଇ ସତ୍ୟଭାମା ଖୁବ ରାଗି ଯାଇଥିଲେ । ପରେ ସ୍ଵୟମ ଦ୍ୱାରିକାଧିସ କୃଷ୍ଣ ସ୍ୱର୍ଗ ଯାଇ ଇନ୍ଦ୍ରଙ୍କ ସହ ଯୁଦ୍ଧ କରି ଏହି ଗଛକୁ ମର୍ତ୍ତ୍ୟ ଲୋକକୁ ଫେରାଇ ଆଣିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.