Below header

ଇଂଲଣ୍ଡ ଅଧିନାୟକ ପଦ ଛାଡ଼ି ପାରନ୍ତି ମୋର୍ଗାନ

ଲଣ୍ଡନ: ଆଇସିସି ବିଶ୍ୱକପ୍ ଚାମ୍ପିୟନ ଇଂଲଣ୍ଡ ଦଳର ଅଧିନାୟକ ଇଆନ ମୋର୍ଗାନ ପଦ ଛାଡ଼ିବା ନେଇ ଚିନ୍ତା କରୁଛନ୍ତି। ତାଙ୍କ ଅଣ୍ଟାଜନିତ ଆହତ ସମସ୍ୟା ଯୋଗୁ ସେ ଏଭଳି ଚିନ୍ତା କରୁଥିବା କହିଛନ୍ତି। ମୋର୍ଗାନଙ୍କ ନେତୃତ୍ୱରେ ଇଂଲଣ୍ଡ ଗତ ମାସରେ ସଂଘର୍ଷପୂର୍ଣ୍ଣ ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ବିଶ୍ୱକପ୍ ଜିତି ଇତିହାସ ସୃଷ୍ଟି କରିଥିଲା।

ଏହି ମେଗା ଇଭେଣ୍ଟ ପରେ ସେ ମିଡ୍ଲଏକ୍ସ ପାଇଁ ୪ ଟି୨୦ ମ୍ୟାଚ୍ ଖେଳିଥିଲେ। ହେଲେ ଅଣ୍ଟା ସମସ୍ୟା ଯୋଗୁ ସସକ୍ସେ ବିପକ୍ଷ ମ୍ୟାଚରୁ ତାଙ୍କୁ ଓହରିବାକୁ ପଡ଼ିଥିଲା। ବିଶ୍ଵକପରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ସେ ଆହତ ହୋଇଥିଲେ। ହେଲେ ଯଥେଷ୍ଟ ସମୟ ପୂର୍ବରୁ ଫିଟ୍ ହୋଇ ଆଫଗାନିସ୍ତାନ ବିପକ୍ଷ ମୁକାବିଲାରେ ୭୧ ବଲରୁ ୧୪୮ ରନ୍ର ବିସ୍ଫୋରକ ଇନିଂସ ଖେଳିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.