Below header

ଏ ହେଉଛନ୍ତି ବିଶ୍ବର ଏକମାତ୍ର କ୍ରିକେଟର୍ ଯାହାଙ୍କୁ ଝୁଲାଇ ଦିଆଯାଇଥିଲା ଫାଶୀରେ , କାରଣ ବି ଖୁବ୍ ଆଶ୍ଚର୍ଯ୍ଯଜନକ

କ୍ରିକେଟକୁ ନେଇ ଅନେକ କିମ୍ବଦନ୍ତି ଶୁଣିବାକୁ ମିଳିଛି । ବିଶ୍ୱରେ ଅନେକ କ୍ରିକେଟ୍‌ ଖେଳାଳି ଅଛନ୍ତି ଯାହାଙ୍କୁ ପଡିଆରେ ମାରପିଟ୍‌ କାରଣରୁ ହେଉ ବା ମ୍ୟାଚ୍‌ ଫିକ୍ସିଂ କାରଣରୁ ହେଉ ଜେଲର ପବନ ଖାଇବାକୁ ପଡିଛି । କିନ୍ତୁ କୌଣସି କ୍ରିକେଟରଙ୍କୁ ଫାଶୀ ଦେବା କଥା ଶୁଣିଛନ୍ତି କି ? ବୋଧେ ଶୁଣିନଥିବେ । କିନ୍ତୁ ଏହା ସତ ଯେ ଜଣେ କ୍ରିକେଟରଙ୍କୁ ଫାଶୀ ମିଳିଛି ।

ଏହି ଖେଳାଳି ଆଉ କେହି ନୁହଁନ୍ତି ବରଂ ୱେଷ୍ଟ ଇଣ୍ଡିଜର ପୂର୍ବତନ କ୍ରିକେଟର ଲେସଲୀ ଜର୍ଜ ହିଲଟନ । ଜଣେ ଦ୍ରୁତତମ ବୋଲର୍ ଥିଲେ ଲେସଲୀ । ୧୯୩୫ ରୁ ୧୯୩୯ ଯାଏଁ ୱେଷ୍ଟଇଣ୍ଡିଜ୍ ତରଫରୁ ୬ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ନିଜ ପତ୍ନୀଙ୍କ ହତ୍ୟା ଅଭିଯୋଗରେ ଲେସଲୀଙ୍କୁ ୧୭ ମେ ୧୯୫୫ରେ ଫାଶୀ ଦିଆଯାଇଥିଲା । ଏହି ହତ୍ୟାକାଣ୍ଡ ପଛର କାରଣ ମଧ୍ୟ ଖୁବ୍ ଚାଚଂଲ୍ୟକର । କୁହାଯାଏ ଯେ ପତ୍ନୀ ଲାର୍ଲିନଙ୍କ ବିଶ୍ବାସଘାତକତାରେ ଅତିଷ୍ଠ ହୋଇ ହତ୍ୟା କରିଦେଇଥିଲେ ଲେସଲୀ ।

୧୯୩୫ରେ ଲେସଲୀଙ୍କ ଡେବ୍ୟୁ ମ୍ୟାଚରେ ଉଭୟଙ୍କର ଦେଖାହୋଇଥିଲା । ଏହା ପରେ ପ୍ରେମ ଏବଂ ୧୯୪୨ରେ ଏହି ସମ୍ପର୍କ ବିବାହର ରୂପ ନେଇଥିଲା । କିନ୍ତୁ ବିବାହର ୧୨ ବର୍ଷ ପରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ।

hiltonସୂଚନା ମୂତାବକ, ଲାର୍ଲିନଙ୍କର କପଡା ବ୍ୟବସାୟ ଥିଲା । ଆଉ ଏଥିପାଇଁ ଅଧିକାଂଶ ସମୟ ନ୍ୟୁୟର୍କ ଯାଉଥିଲେ ଲାର୍ଲିନ୍ । ସେହିପରି ଥରେ ଲାର୍ଲିନ୍ ନ୍ୟୁୟର୍କ ଯାଇଥିବା ସମୟରେ ଲେସଲୀଙ୍କୁ ଏକ ଅଜଣା ଚିଠି ମିଳିଥିଲା । ଯେଉଁଥିରେ ନ୍ୟୁୟର୍କର ଜଣେ ବ୍ୟକ୍ତିଙ୍କ ସହ ଲାର୍ଲିନଙ୍କ ଅବୈଧ ସମ୍ପର୍କ ବିଷୟରେ କୁହାଯାଇଥିଲା । ଚିଠି ପାଇବା ପରେ ଲାର୍ଲିନଙ୍କୁ ତୁରନ୍ତ ନ୍ୟୁୟର୍କରୁ ଡକାଇ ଏକଥା ପୁରା ପରିବାରଙ୍କୁ ଜଣାଇଦେଇଥିଲେ । ତେବେ ପ୍ରଥମେ ଅବୈଧ ସମ୍ପର୍କକୁ ମନା କରୁଥିବା ଲାର୍ଲିନ୍ ପରେ କହିଥିଲେ ଯେ ସେ କେବଳ ଉକ୍ତ ବ୍ୟକ୍ତିଙ୍କୁ ଜାଣନ୍ତି ।

ହେଲେ ହାର ନମାନି ପୋଷ୍ଟ ଅଫିସରୁ କିଛି ଚିଠି ବାହାର କରିଥିଲେ ଲେସଲୀ । ଯାହା ଲାର୍ଲିନଙ୍କୁ ଲେଖାଯାଇଥିଲା । ଏସବୁ ଚିଠି ଦେଖିବା ପରେ ଲାର୍ଲିନ୍ ନିଜର ଅବୈଧ ସମ୍ପର୍କ କଥା ସ୍ବୀକାର କରିଥିଲେ । ତେବେ ଏକଥା କହିବା ପରେ ଲାର୍ଲିନ୍ କହିଥିଲେ , ଉଭୟଙ୍କର କୌଣସି ମେଳ ନାହିଁ । ଲେସଲୀ ତାଙ୍କ ସମାସ୍କନ୍ଦ ନୁହଁନ୍ତି । ସେଥିପାଇଁ ସେ ସବୁବେଳେ ବେମାର ରହୁଥିଲେ ।
କୁହାଯାଏ ଲାର୍ଲିନଙ୍କ ଏହି କଥାରେ ଲେସଲୀଙ୍କ ଏତେ ରାଗି ଯାଇଥିଲେ ଯେ ବନ୍ଧୁକ ଆଣି ସଙ୍ଗେ ସଙ୍ଗେ ୭ ରାଉଣ୍ଡ ଗୁଳି ମାରିଦେଇଥିଲେ । ଆଉ ଘଟଣା ସ୍ଥଳରେ ହିଁ ଲାର୍ଲିନଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣାରେ ୨୦ ଅକ୍ଟୋବର ୧୯୫୪ରେ ଲେସଲୀଙ୍କୁ ପତ୍ନୀ ଲାର୍ଲିନଙ୍କ ହତ୍ୟା ଅଭିଯୋଗରେ ଫାଶୀ ଦଣ୍ଡା ଦେଶ ଦିଆଯାଇଥିଲା ।

ଲେସଲୀଙ୍କୁ ଫାଶୀ ଦେବା ପାଇଁ ଯେଉଁ ଦିନ ଠିକ୍ ହୋଇଥିଲା ସେଦିନ ଥିଲା ୧୭ ମେ ୧୯୫୫ । ସେଦିନ ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଖେଳାଯାଉଥିଲା । ୱେଷ୍ଟଇଣ୍ଡିଜର ଓପନର୍ ଜନ୍ ହୋଲ୍ଟ ପିଚରେ ଷ୍ଟ୍ରଗଲ୍ କରୁଥିଲେ । ପରେ ଦୁଇଟି କ୍ୟାଚ୍ ମଧ୍ୟ ଛାଡିଦେଇଥିଲେ । ଏହି ସମୟରେ ଦର୍ଶକଙ୍କ ମଧ୍ୟରେ ବ୍ୟାନର୍ ଦେଖିବାକୁ ମିଳିଥିଲା – ହ୍ୟାଙ୍ଗ୍ ହୋଲ୍ଟ, ସେଭ୍ ହିଲଟନ୍ । କିନ୍ତୁ ହିଲଟନଙ୍କୁ ରକ୍ଷା କରାଯାଇପାରିନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.