Below header

ପୂର୍ବତନ କ୍ରିକେଟର୍‌ ସିକେ ଭାସ୍କରଙ୍କ ୭୯ ବର୍ଷ ବୟସରେ ପରଲୋକ

କୋଚି: ପୂର୍ବତନ କ୍ରିକେଟର୍‌ ସିକେ ଭାସ୍କରଙ୍କ ପରଲୋକ । ସୋମବାର ୭୯ ବର୍ଷ ବୟସରେ ଆମେରିକାର ହଷ୍ଟନ ସହରରେ ‌ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳେ ଭାସ୍କରଙ୍କ ନିକଟରେ ତାଙ୍କ ପତ୍ନୀ ଚାନ୍ଦିନୀ ଏବଂ ୩ ଝିଅ ରୀତା, ସାନିଆ ଓ ସୋନିଆ ଉପସ୍ଥିତ ଥିଲେ।

୧୯୬୦ ଦଶକରେ ଭାସ୍କର ଘରୋଇ କ୍ରିକେଟ୍‌ର ଜଣେ ଦ୍ରୁତତମ ବୋଲର ଭାବେ ଜଣଶୁଣା ଥି‌ଲେ। ସେ ରଣଜୀ ଟ୍ରଫିରେ କେରଳ ଓ ତାମିଲନାଡୁ ପକ୍ଷରୁ ଖେଳିଥିଲେ। ୧୯୬୪ରେ ଟାଇଗର ପ‌ଟୌଦିଙ୍କ ନେତୃତ୍ବ‌ାଧୀନ ଭାରତୀୟ ଦଳ ପକ୍ଷରୁ ସେଲନ୍‌ ବିପକ୍ଷରେ ସେ ଏକ ଅନ୍‌ଅଫିସିଆଲ୍‌ ଟେ‌ଷ୍ଟ୍‌ ଖେଳିଥିଲେ।
ଭାସ୍କର ଅଲିମ୍ପିକ୍ସର ବଡ଼ ପ୍ରଶଂସକ ଥିଲେ। ୧୯୭୨ ମୁନିକ ସଂସ୍କରଣଠୁ ସବୁ ଅଲିମ୍ପିକ୍ସରେ ଉପସ୍ଥିତ ରହୁଥିଲେ। ଭାସ୍କର ‘ମିସନ ଗୋଲ୍‌ଡ ଫର୍‌ ଇଣ୍ଡିଆ’ ନାମକ ଏକ ଯୋଜନା କରିଥିଲେ। ଏହାର ଏକ କାର୍ଯ୍ୟକ୍ରମରେ ଲୁଇସ୍‌ଙ୍କୁ ଭାରତ ଅଣିବାକୁ ଇଚ୍ଛା କରିଥିଲେ। ହେ‌ଲେ ଏହା ହୋଇପାରିନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.