Below header

କରୋନା ପାଇଁ ସେପଟେମ୍ବରକୁ ଘୁଞ୍ଚିଲା ଫ୍ରେଞ୍ଚ୍‌ ଓପନ୍‌ ଟେନିସ ଟୁର୍ଣ୍ଣାମେଣ୍ଟ

ପ୍ୟାରିସ୍‌ : କରୋନା ଭାଇରସ ପାଇଁ ଏବେ ଲଗାତାର ବିଭିନ୍ନ କାର୍ଯ୍ୟକ୍ରମ ବା ଆୟୋଜନକୁ ବାତିଲ କିମ୍ବା ସ୍ଥଗିତ ରଖାଯାଉଛି । ତେବେ ଏହା ସହିତ ଯୋଡି ହୋଇଯାଇଛି ଫ୍ରେଞ୍ଚ ଓପନ ଟେନିସ ଟୁର୍ଣ୍ଣାମେଣ୍ଟ । ରୋଲାଣ୍ଡ ଗ୍ୟାରୋରେ ଖେଳା ଯାଉଥିବା ବର୍ଷର ଦ୍ୱିତୀୟ ଗ୍ରାଣ୍ଡ ସ୍ଲାମ୍‌ ଟୁର୍ଣ୍ଣାମେଣ୍ଟକୁ ସେପଟେମ୍ବର ମାସକୁ ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ମେ ମାସ ୧୮ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୪ ମଧ୍ୟରେ ଖେଳାଯିବ । ଏ ସମ୍ପର୍କରେ ଆଜି ଆୟୋଜକ ସୂଚନା ଦେଇଛନ୍ତି ।

Image result for French Open Tennis Tournament

ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ମେ ୨୪ରୁ ୭ ଜୁନ ମଧ୍ୟରେ ଆୟୋଜିତ ହେବାର ଥିଲା । ଫ୍ରେଞ୍ଚ ଟେନିସ ଫେଡେରେସନ ପକ୍ଷରୁ ଜାରି ହୋଇଥିବା ବୟାନ ଅନୁଯାୟୀ ‘ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତିରେ ଲାଗିଥିବା ଲୋକମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଫ୍ରେଞ୍ଚ ଟେନିସ ଫେଡେରେସନ ପ୍ରତିଯୋଗିତାକୁ ବିଳମ୍ବରେ କରିବା ଲାଗି ନିଷ୍ପତ୍ତି ନେଇଥିଲା ।

FRENCH OPEN

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.