Below header

ଗୁଣି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଘଟଣା, ୨ ଅଭିଯୁକ୍ତ ଗିରଫ୍

ମୋହନା(କେନ୍ୟୁଜ୍):  ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଗପଟିମା ଗ୍ରାମରେ ଗୁଣି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ୍ କରିଛି । ଗତ ସୋମବାର ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଗପଟିମା ଗ୍ରାମରେ ଗୁଣିକରି ଲୋକଙ୍କୁ ମାରୁଥିବା ସନ୍ଦେହରେ ପଟ୍ର ମଳିକ ଏବଂ ତଙ୍କ ସ୍ତ୍ରୀ ସବିତା ମଳିକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ମୋହନା ପୋଲିସ ଘଟଣାର ତଦନ୍ତ କରିବା ସହ ହତ୍ୟା କାଣ୍ଡରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ କହିବା ଅନୁସାରେ ମୃତ ପଟ୍ର ମଳିକ ଗାଁରେ ଗୁଣିକରି ଲୋକଙ୍କୁ ମାରୁଥିବା ସନ୍ଦେହ କରି ଗ୍ରାମବାସୀ ବାରମ୍ବାର ବୈଠକ କରିଥିଲେ । ଏବଂ ବୈଠକରେ ପଟ୍ରଙ୍କୁ ମଧ୍ୟ ତାଗିଦ୍ କରାଯାଇଥିଲା । ସୋମବାର ସକାଳୁ ପଟ୍ର ଏବଂ ତାଙ୍କ ସ୍ତ୍ରୀ ନିଜ ବଗଡ଼କୁ ଘୁଙ୍ଗି ପୂଜା କରିବା ନିମନ୍ତେ ଯାଇଥିଲେ । ସେହି ସମୟରେ ସନ୍ତୋଷ ଏବଂ ସଲମନ ସେଠାରେ ପହଁଚି ପଟ୍ରଙ୍କ ଆଖିରେ ଲଙ୍କା ଗୁଣ୍ଡ ପକାଇବା ସହ ପ୍ରଥମେ ତାଙ୍କୁ ଏକ ବର୍ଛା ଦ୍ୱାରା ଆକ୍ରମଣ କରିଥିଲେ ।

accused weapon

ଏହି ଘଟଣା ବଗଡ଼ର ଅନ୍ୟପଶ୍ୱର୍ରେ ଥିବା ପଟ୍ରଙ୍କ ସ୍ତ୍ରୀ ସବିତା ଦେଖି ନେଇଥିଲେ । ତେଣୁ ଅଭିଯୁକ୍ତ ମାନେ ତାଙ୍କୁ ମଧ୍ୟ ହତ୍ୟା କରିଥିଲେ । ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରି ମୋହନା ପୋଲିସ ସଲମନ ମଳିକ ଏବଂ ସନ୍ତୋଷ ମଲିକଙ୍କୁ ଗିରଫ୍ କରିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ଆର.ଉଦୟଗିରି ଏସ୍‌.ଡ଼ି.ପି.ଓ ଅଶୋକ କୁମାର ମହାନ୍ତି । ମୋହନା ଅଞ୍ଚଳରେ ଏଭଳି ଘଟଣା ନୂଆ ନୁହେଁ, ଗତ ୫ ବର୍ଷ ମଧ୍ୟରେ ମୋହନା ଅଞ୍ଚଳରେ ୧୦ ରୁ ଅଧିକ ମୁଣ୍ଡ ଗଡ଼ିଲାଣି କିନ୍ତୁ ଆଜି ସଚେତନତାର ଅଭାବ ରୁ ଆଜି ପର୍ଯ୍ୟନ୍ତ ଏଭଳି ଅନ୍ଧ ବିଶ୍ୱାସର ଚେରକୁ ମୂଳତ୍ପାଟନ  କରାଯାଇ ପାରିନାହିଁ । ଯଦି ପ୍ରଶାସନ ଘଟଣାକୁ ଗମ୍ଭୀରତାର ସହ ନେଇ ସଚେତନତା ମୂଳକ କାର୍ଯ୍ୟକ୍ରମ ନ କରେ ତେବେ ଆଗାମି ଦିନରେ ଏ ଅନ୍ଧବିଶ୍ୱାସ ଯେ କେତେ ମୁଣ୍ଡ ନେବ ତାହାର ସୀମା ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.