କରୋନା ଆକ୍ରାନ୍ତ ଭାବି ବିଦେଶୀ ପର୍ଯ୍ୟଟକଙ୍କୁ ଷ୍ଟେସନରୁ ମେଡିକାଲ ନେବାକୁ ମନା କଲେ ଅଟୋ ଚାଳକ, ବାଇକରେ ବସାଇ ନେଇ ଗଲେ ଷ୍ଟେସନ୍ ସୁପରିଣ୍ଟେଣ୍ଡେଣ୍ଟ

କେନ୍ୟୁଜ୍(ବ୍ୟୁରୋ): କରୋନା ମୁକାବିଲା ପାଇଁ ସରକାରଙ୍କ ଅନେକ ସଚେତନତା ସତ୍ତ୍ୱେ କୋରାପୁଟରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ । ରେଳ ଷ୍ଟେସନରେ ଜଣେ ବିଦେଶୀ ପର୍ଯ୍ୟଟକଙ୍କୁ ଦେଖି ଲୋକଙ୍କ ମନରେ କିଛି ସମୟ ପାଇଁ ଖେଳିଯାଇଥିଲା ଭୟର ବାତାବରଣ । ଏମିତିକି ସଂପୃକ୍ତ ବିଦେଶୀ ପର୍ଯ୍ୟଟକଙ୍କୁ ଷ୍ଟେସନ୍‌ରୁ ମେଡିକାଲକୁ ନେବାକୁ କୌଣସି ଗାଡ଼ି ମିଳିନଥିଲା । ଅଟୋ ଚାଳକମାନେ ମନା କରିଦେଇଥିଲେ । ଦୀର୍ଘ ସମୟ ଅପେକ୍ଷା କରିବା ପରେ ଷ୍ଟେସନ୍‌ ସୁପରିଣ୍ଟେଣ୍ଡେଣ୍ଟ ନିଜ ବାଇକ୍‌ରେ ବସାଇ ପର୍ଯ୍ୟଟକଙ୍କୁ ମେଡିକାଲକୁ ନେଇଥିଲେ । ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଏବଂ କରୋନା ସଂକ୍ରମିତ ନଥିବା ଜଣାପଡ଼ିଛି । ପରେ ତାଙ୍କୁ ଏକ ହୋଟେଲ୍‌ରେ ଛଡ଼ାଯାଇଥିଲା । ସେଠାରେ ସେ ଗୋଟିଏ ଦିନ ପାଇଁ ଆଇସୋଲେସନ୍‌ରେ ରହିବେ । ପର୍ଯ୍ୟଟକ ଜଣକ ପୂର୍ବରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ୧୨ ଦିନ ଚିକିତ୍ସିତ ହୋଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.