Below header

ହାର୍ଦ୍ଦିକ ପାଣ୍ଡ୍ଯାଙ୍କ ବାପାଙ୍କ ପରଲୋକ, ହୃଦଘାତରେ ଚାଲିଗଲା ଜୀବନ

ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ଯା ଏବଂ କୁନାଲ ପାଣ୍ଡ୍ଯାଙ୍କ ବାପାଙ୍କ ହୃଦଘାତରେ ପ୍ରାଣ ହରାଇଛନ୍ତି। ଆଜି ସକାଳ ସମୟରେ ହାର୍ଟ ଆଟାକ ହେବା ଫଳରେ ପ୍ରାଣ ହରାଇଛନ୍ତି। ଦୁଇ ଭାଇ ଏବେ ବଡୋଦରାରେ ସୟୈଦ ମୁସ୍ତାଫ ଅଲ୍ଲୀ ଟି-୨୦ ଟୁର୍ନାମେଣ୍ଟ ଖେଳୁଥିଲେ। ବାପାଙ୍କ ନିଧନ ଖବର ଶୁଣି ଦୁଇ ଭାଇ ଘରକୁ ଫେରିଆସିଛନ୍ତି।

ବରୋଦାର ଅଧିନାୟକ କୃଣାଲ ପାଣ୍ଡ୍ୟା  ଓ ହାର୍ଦ୍ଦିକ ପାଣ୍ଡ୍ୟା ନିଜ ପରିବାର ସହ ଏକ ସଙ୍କଟ ସମୟରେ ରହିବା ପାଇଁ ଦଳର ବାୟୋ ବବଲ ଛାଡି ଦେଇଥିଲେ । ହାର୍ଦ୍ଦିକଙ୍କ ବାପାଙ୍କ ବିୟୋଗରେ ବିରାଟ କୋହଲି, ଇରଫାନ ପଠାନ ଏବଂ ସମଗ୍ର ଖେଳ ଜଗତ ଶୋକ ପ୍ରକାଶ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.