Below header

ହ୍ବାଟସଆପ୍ ୟୁଜର୍ସଙ୍କ ପାଇଁ ଖୁସି ଖବର: ପଛକୁ ହଟିଲା ହ୍ବାଟସଆପ୍, ଏବେ ଲାଗୁ ହେବ ନାହିଁ ନୂଆ ପ୍ରାଇଭେସି ପଲିସି

ହ୍ବାଟସଆପ୍ ୟୁଜର୍ସଙ୍କ ଚିନ୍ତା ଦୂର ହେଲା। ସମଗ୍ର ବିଶ୍ବରୁ ହେଉଥିବା ବିରୋଧ ପରେ ଏବେ ହ୍ବାଟସଆପ୍ ନିଜ ପଲିସି ପାଇଁ ନୂଆ ନିଷ୍ପତ୍ତି ନେଇଛି। କମ୍ପାନୀ ନିଜର ନୂଆ ପ୍ରାଇଭେସି ପଲିସିକୁ ଫେରାଇ ନେବା ପାଇଁ ନିଷ୍ପତ୍ତି ନେଇଛି।

whatsapp

ରିପୋର୍ଟ ମୁତାବକ, ହ୍ବାଟସଆପ୍ ନୂଆ ପ୍ରାଇଭେସି ପଲିସିକୁ ସ୍ଥଗିତ ରଖିବାର ନିଷ୍ପତ୍ତି ନେଇଛି। କମ୍ପାନୀ ନିଜ ବୟାନରେ କହିଛି କି, ନୂଆ ପଲିସିକୁ ସ୍ଥଗିତ କରିବା ପଛରେ କୌଣସି ଗୁଜବ ପ୍ରଚାର କରିବା ନୁହେଁ। କୌଣସି ହ୍ବାଟସଆପ୍ ୟୁଜରଙ୍କ ଆକାଉଣ୍ଟ ବନ୍ଦ ହେବ ନାହିଁ। ପଲିସି ଯେଉଁମାନେ ମାନିବେନି, ତାଙ୍କ ଆକାଉଣ୍ଟ ମଧ୍ୟ ୮ ଫେବ୍ରୁଆରୀ ପରେ ଚାଲିବ। ହ୍ବାଟସଆପର ନୂଆ ପ୍ରାଇଭେସି ପଲିସିକୁ ସମଗ୍ର ବିଶ୍ବରେ ବିରୋଧ କରାଯାଇଥିଲା। ଏଥିପାଇଁ ଲୋକ ଅନ୍ଯ ଇନଷ୍ଟାଣ୍ଟ ମେସେଜିଂ ଆପ୍ ଆଡକୁ ମନ ମଧ୍ୟ ବଳାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.