୫୦ ଦିନର ପରିଶ୍ରମରେ ତିଆରି ୧୫ ଫୁଟ୍‌ ଲମ୍ବା ଭେଲ୍‌! ନତାଶାଙ୍କ ବିବାହ ଗାଉନ୍‌ରେ ରହିଛି ସ୍ୱାମୀ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ

ବଡ଼ ଆଡ଼ମ୍ବରରେ ପୁଣିଥରେ ବିବାହ କରିଛନ୍ତି ନତାଶା ଓ ହାର୍ଦ୍ଦିକ ପାଣ୍ଡ୍ୟା। ୧୪ ଫେବୃୟାରୀରେ ଦୁହେଁ କ୍ୟାଥୋଲିକ୍‌ ରୀତିନୀତିରେ ବିବାହ କରିଛନ୍ତି। ବିବାହରେ ନତାଶା ଏକ ସୁନ୍ଦର ଗାଉନ୍‌ ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ଅଭିନେତ୍ରୀ ନତାଶା ଷ୍ଟେନକୋଭିକ୍‌ ୧୪ ଫେବୃୟାରୀରେ ପୁଣିଥରେ ଗ୍ରାଣ୍ଡ ତରିକାରେ ବିବାହ କରିଛନ୍ତି। କପଲ୍‌ ୨୦୨୦ରେ କରୋନା ମହାମାରୀ ସମୟରେ ଏକ ପ୍ରାଇଭେଟ୍‌ ସମାରୋହରେ ବିବାହ କରିଥିଲେ। ତେଣୁ ଏଥିପାଇଁ ସେମାନେ କ୍ୟାଥୋଲିକ୍‌ ରୀତିନୀତି ହିସାବରେ ପୁଣିଥରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

ବିବାହରେ ନତାଶା ଶାନ୍ତନୁ ଓ ନିଖିଳଙ୍କ ଦ୍ୱାରା ଡିଜାଇନ୍‌ ହୋଇଥିବା ଗାଉନ୍‌ ପିନ୍ଧିଥିଲେ, ଯେଉଁଥିରେ ସେ ବହୁତ ସୁନ୍ଦରୀ ଦେଖାଯାଉଥିଲେ। ଡିଜାଇନର୍ସ କହିଛନ୍ତି ଯେ ନତାଶାଙ୍କ ବିବାହ ଗାଉନ୍‌ ବହୁତ ଖାସ୍‌ ରହିଛି। ତାହା ଉପରେ ଅଲଗା ପ୍ରକାରରେ ଡିଟେଲ୍‌ରେ କାମ କରାଯାଇଛି।

ଗାଉନ୍‌ ତିଆରି ପାଇଁ ୫୦ ଦିନ ସମୟ ଲାଗିଥିଲା। ଏହାକୁ ‘fierce romanticism’ ଥିମ୍‌ ଉପରେ ପ୍ରସ୍ତୁତ କରାଯାଇଥିଲା। ଗାଉନ୍‌ରେ ମହଙ୍ଗା ଷ୍ଟୋନ୍‌, ପ୍ରିସ୍‌ଟିନ ପଲ୍‌ର୍ସ ଏବଂ କ୍ଲାଉଡ୍‌ ଡ୍ୟାନ୍ସର ବିଡ୍‌ସରେ କାରିଗରୀ କରାଯାଇଛି। ସେହିପରି ଭିତରର ସ୍କର୍ଟକୁ ପର୍ସିୟାନ ସାଟିନ୍‌ରୁ ତିଆରି କରାଯାଇଛି। େଓ୍ଵଡିଂ ଗାଉନ୍‌ର ଲମ୍ବା ସ୍ଲିଭ୍ସ ଉପରେ ନତାଶା ଓ ହାର୍ଦ୍ଦିକଙ୍କ ନାମର ଅକ୍ଷରରେ ଛୋଟ ଛୋଟ ଏମ୍ବ୍ରୋୟଡରୀ କରାଯାଇଛି, ଯାହାକୁ ନୋଟିସ୍‌ କରିବା ଏତେ ସହଜ ନୁହେଁ।

ନତାଶାଙ୍କ ଗାଉନର ଭେଲ୍‌କୁ ୧୫ ଫୁଟ୍‌ ଲମ୍ବା ରଖାଯାଇଛି, ଯାହାକି ଏହାକୁ ଆହୁରି ଅଧିକ ଆକର୍ଷିତ କରୁଛି। ନତାଶା ଏକ ଫେୟରୀ ଟେଲ୍‌ େଓ୍ଵଡିଂ ଗାଉନ୍‌ ଚାହୁଁଥିଲେ, ଯାହାକୁ ବନାଇବାରେ ଡିଜାଇନର୍‌ କୌଣସି ବି ଅଭାବ ରଖି ନ ଥିଲେ।