ଲଷ୍ଟ ଫିଲ୍ମର ‘ମନ୍ ରେ’ ଗୀତରେ କେକେଙ୍କୁ ଶ୍ରଦ୍ଧାଞ୍ଜଳି: ସମସ୍ତେ କହିଲେ WE MISS YOU KK”
ଫିଲ୍ମ 'ଲଷ୍ଟ' ର 'ମନ୍ ରେ' ଗୀତ ମୁକ୍ତିଲାଭ। ବଲିଉଡର ସ୍ୱର୍ଗତ ଗାୟକ କେକେ ଗାଇଥିବା ଏହା ଶେଷ ଗୀତ ମାନଙ୍କ ମଧ୍ୟରୁ ଗୋଟିଏ। ତେବେ ଏହି ଗୀତଟିର ଆରମ୍ଭରୁ କେକେଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଥିବାର ଦେଖିବାକୁ ମିଳୁଛି।
ମୁମ୍ବାଇ: ବଲିଉଡ୍ର ଲୋକପ୍ରିୟ କଣ୍ଠଶିଳ୍ପୀ କ୍ରିଷ୍ଣାକୁମାର କୁନ୍ନଥ ଓରଫ୍ କେକେ ଆଉ ଏହି ଦୁନିଆରେ ନାହାନ୍ତି। ମେ’ ୩୧ରେ ହାର୍ଟ ଆଟାକ୍ ଯୋଗୁ ତାଙ୍କ ନିଧନ ହୋଇଥିଲା।
ତେବେ ନିକଟରେ ଫିଲ୍ମ ‘ଲଷ୍ଟ’ ର ‘ମନ୍ ରେ’ ଗୀତ ମୁକ୍ତିଲାଭ କରିଥିଲା। ବଲିଉଡର ସ୍ୱର୍ଗତ ଗାୟକ କେକେ ଗାଇଥିବା ଏହା ଶେଷ ଗୀତ ମାନଙ୍କ ମଧ୍ୟରୁ ଗୋଟିଏ ଥିଲା। ଯାହାକୁ ସେ ସ୍ୱର ଦେଇଥିଲେ। ଏହି ଗୀତରେ ଅଭିନେତ୍ରୀ ୟାମି ଗୌତମ ଅଭିନୟ କରିଛନ୍ତି। ତେବେ ଏହି ଗୀତଟିର ଆରମ୍ଭରୁ କେକେଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଥିବାର ଦେଖିବାକୁ ମିଳୁଛି, ଏବଂ ଲେଖାଅଛି “ଆମେ ତୁମକୁ ମନେ ପକାଉଛୁ… KK” ।
ଦେଖନ୍ତୁ ଭିଡିଓ:
(Video courtesy — YouTube/ Zee Music Company)
ଶାନ୍ତନୁ ମୈତ୍ରଙ୍କ ଦ୍ୱାରା ରଚିତ ଏବଂ ସୌନନ୍ଦା କିରକିରେଙ୍କ ଦ୍ୱାରା ଲିଖିତ ‘ମନ୍ ରେ’ ‘ ୟୁଟ୍ୟୁବରେ କେବଳ ଗୋଟିଏ ଦିନରେ ୫୭ହଜାର ଭ୍ୟୁ ପାଇସାରିଛି। ଏହି ଭିଡିଓରେ ଅନେକ କମେଣ୍ଟ ରହିଛି ଯେଉଁଥିରେ ଅଧିକାଂଶ ଲୋକ ସ୍ୱର୍ଗତ ଗାୟକଙ୍କୁ ହରାଇଥିବାର ଦୁଃଖ ପ୍ରକାଶ କରିଛନ୍ତି।
ଜଣେ ଉପଭୋକ୍ତା ଲେଖିଛନ୍ତି, “ତୁମେ ସବୁବେଳେ ଆମ ହୃଦୟରେ ରହିବ କେକେ ବ୍ରୋ।” ସେହିଭଳି ଆଉ ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇଛନ୍ତି “କିମ୍ବଦନ୍ତୀର ସ୍ୱର ଆମ ଭିତରେ ସବୁଦିନ ପାଇଁ ରହିବ। ଆମର ପ୍ରିୟ କେକେ ସାର୍।”
ଆଉ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ, କଣ୍ଠ ସ୍ୱରର ଶକ୍ତି ଅଦୃଶ୍ୟ ଏବଂ ଅନନ୍ତ ଶକ୍ତି ସହିତ। ସେହିପରି ଅନ୍ୟ ଜଣେ ମନ୍ତବ୍ୟ ଦେଇ ଲେଖିଛନ୍ତି ଯେ ମୁଁ ତାଙ୍କ ଯାଦୁକରୀ ସ୍ୱରକୁ କେବେ ବି ଭୁଲି ପାରିବି ନାହିଁ।