ମହିଳା ଟି-୨୦ ବିଶ୍ୱକପ: ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ ପାଇଁ ଦଳକୁ ଫେରିଲେ ଷ୍ଟାର ଖେଳାଳି ସ୍ମୃତି ମନ୍ଧାନା
ମହିଳା ଟି-୨୦ ବିଶ୍ୱକପରେ ଆଜି ୱେଷ୍ଟଇଣ୍ଡିଜ ସହିତ ମୁହାଁମୁହିଁ ହେବ ଭାରତ । ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ ପାଇଁ ଦଳକୁ ଫେରିଲେ ଷ୍ଟାର ଖେଳାଳି ସ୍ମୃତି ମନ୍ଧାନା । କେପଟାଉନରେ ଖେଳାଯିବ ମ୍ୟାଚ ।
ଭାରତୀୟ ମହିଳା କ୍ରିକେଟ ଟିମ୍ ଟି-୨୦ ବିଶ୍ୱକପରେ ଆଜି ୱେଷ୍ଟଇଣ୍ଡିଜ ସହିତ ମୁହାଁମୁହିଁ ହେବ । କେପଟାଉନରେ ମ୍ୟାଚ ଖେଳାଯିବ । ଆଉ ଏହି ମ୍ୟାଚ ପାଇଁ ଟିମକୁ ଫେରିଛନ୍ତି ଷ୍ଟାର ଖେଳାଳି ସ୍ମୃତି ମନ୍ଧାନା । ଆଜିର ମ୍ୟାଚ ଖେଳିବେ ବୋଲି ଟିମର କୋଚ୍ କହିଛନ୍ତି । ଆଙ୍ଗୁଠିରେ ଆଘାତ ଯୋଗୁଁ ସ୍ମୃତି ପାକିସ୍ତାନ ବିପକ୍ଷ ମ୍ୟାଚରୁ ବାଦ୍ ପଡିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚରେ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଯାହା ପରେ ବାଂଲାଦେଶ ବିପକ୍ଷ ଅଭ୍ୟାସ୍ ମ୍ୟାଚରୁ ବାଦ୍ ପଡିଥିଲେ ସ୍ମୃତି ।
ଟିମ୍ ଇଣ୍ଡିଆ ଗ୍ରୁପ ବି ମ୍ୟାଚରେ ପାକିସ୍ତାନ ଠାରୁ ଜିତିବା ପରେ ଦ୍ୱିତୀୟ ସ୍ଥାନରେ ରହିଛି। ଜେମିମାଙ୍କୁ ପାକିସ୍ତାନ ବିପକ୍ଷ ମ୍ୟାଚରେ ପ୍ଲେୟାର ଅଫ ଦ ମ୍ୟାଚ୍ ଭାବେ ଚୟନ କରାଯାଇଥିଲା। ୩୮ ବଲରେ ୮ଟି ଚଉକା ମାରି ୫୩ ରନ୍ କରିଥିଲେ ।
Massive boost for India ahead of their #T20WorldCup clash against West Indies 👊#WIvIND | #TurnItUphttps://t.co/GqOj14Nup7
— T20 World Cup (@T20WorldCup) February 15, 2023
ସୂଚନାଯୋଗ୍ୟ, ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚରେ ପାକିସ୍ତାନକୁ ୭ ଓ୍ଵିକେଟରେ ହରାଇଥଲା ଭାରତ । ପ୍ରଥମେ ବ୍ୟାଟିଂ କରି ୧୫୦ ରନ କରିଥିଲା ପାକିସ୍ତାନ । ଯାହାକୁ ଭାରତ ୬ଟି ବଲ୍ ବାକି ଥାଇ ବିଜୟ ହାସଲ କରିନେଇଥିଲା ।
ମହିଳା ପ୍ରିମିୟର ଲିଗ୍(WPL) ନିଲାମୀ ହୋଇଥିଲା। ନିଲାମୀରେ ୪୦୯ ଜଣ ଖେଳାଳିଙ୍କ ମଧ୍ୟରୁ ୨୦୯ ଜଣ ଭାରତୀୟ ଏବଂ ୧୬୩ ଜଣ ବିଦେଶୀ ଖେଳାଳି ନିଲାମ ହୋଇଛନ୍ତି। ପ୍ରଥମ ସଂସ୍କରଣ ପାଇଁ ୫ଟି ଦଳ ନିଲାମୀ ମାଧ୍ୟମରେ ମୋଟ ୮୯ ଜଣ ଖେଳାଳିଙ୍କୁ କିଣିଛନ୍ତି। ୫ ଦଳ ମୋଟ ୫୯.୫୦ କୋଟି ଟଙ୍କା ଖର୍ଚ୍ଚ କରି ସମସ୍ତ ଖେଳାଳିଙ୍କୁ କିଣିଛନ୍ତି। ଭାରତୀୟ ମହିଳା ଦଳର ଉପ ଅଧିନାୟକ ତଥା ଷ୍ଟାର ଓପନର ସ୍ମୃତି ମନ୍ଧାନା WPLର ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି। ସ୍ମୃତିଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB)୩.୪ କୋଟି ଟଙ୍କାରେ କିଣିଛି।
୨୬ ବର୍ଷୀୟ ସ୍ମୃତି ଭାରତ ପାଇଁ ଏପର୍ଯ୍ୟନ୍ତ ୧୧୨ଟା ଟି-୨୦ ମ୍ୟାଚ୍ ଖେଳିଛନ୍ତି । ୨୭.୩୩ ପ୍ରତିଶତରେ ୨୬୫୧ ରନ୍ କରିଛନ୍ତି । ଟିମ୍ ପାଇଁ ୭୭ଟି ଦିନିକିଆ ଖେଳିଛନ୍ତି । ସେଥିରେ ୪୨.୬୮ ପ୍ରତିଶତରେ ୩୦୭୩ ରନ୍ କରିଛନ୍ତି । ଏହାଛଡା ୪ଟି ଟେଷ୍ଟ ମ୍ୟାଚ ଖେଳି ୩୨୫ ରନ୍ କରିଛନ୍ତି ।