Below header

ନ୍ୟୁଜିଲାଣ୍ଡ ନା ଇଂଲଣ୍ଡ, ଲର୍ଡସରେ କିଏ ଉଠାଇବ ୨୦୧୯ ବିଶ୍ୱକପ୍ ଟ୍ରଫି?

କିଏ ହେବ ବିଶ୍ୱକପ୍ ଚାମ୍ପିଅନ୍? ନୂଆ ବିଜେତା ଦେଖିବ ସାରା ବିଶ୍ୱ। ଆଜି କ୍ରିକେଟର ମକ୍କା ଲର୍ଡସରେ ଦର୍ଶନ ଦେଖିବେ ୨୦୧୯ ବିଶ୍ୱକପର ଫାଇନାଲ୍ ମୁକାବିଲା। ଟାଇଟଲ୍ ପାଇଁ ଲଢ଼ିବେ ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ। ଯିଏ ଜିତିବ ପ୍ରଥମ ଥର ହେବ କ୍ରିକେଟ ବିଶ୍ୱବିଜେତା।
ବିଶ୍ୱବିଜୟୀ ହେବା ସୌଭାଗ୍ୟ ଏଯାଏଁ ଆୟୋଜକ ଇଂଲଣ୍ଡ ଭାଗ୍ୟରେ ଜୁଟିନି। ୨୭ ବର୍ଷ ପରେ ଆସିଛି ସୁବର୍ଣ୍ଣ ସୁଯୋଗ। ହାତଛଡ଼ା କରିବାକୁ ଚାହିଁବନି ଇଂଲିଶ ବାହିନୀ। ପୁଣି ଘରୋଇ ପରିବେଶରେ ଖେଳୁଛି। କ୍ରାଉଡ୍ ସପୋର୍ଟ ଥିବାରୁ ଫାଇଦା ମିଳିବ।

Englandଗ୍ରୁପ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡକୁ ବି ହରାଇଥିଲା ଇଂଲଣ୍ଡ। ସେମିରେ ଅଷ୍ଟ୍ରେଲିଆକୁ ମାତ ଦେଇ ବିଶ୍ୱକପ୍ ଚାମ୍ପିଅନ ଠାରୁ ଆଉ ପାଦେ ଦୂରରେ ରହିଛି ଇଂଲିଶ ଟିମ୍। ପୂର୍ବରୁ ୩ ଥର ଫାଇନାଲ୍ ଖେଳିଥିଲେ ବି ଚାମ୍ପିଅନ୍ ଆଶା ଅଧୂରା ରହିଛି। ଜାସନ୍ ରାୟ, ଜନି ବେଷ୍ଟ୍ରୋ ଓ ଜୋ ରୁଟ୍ ଇଂଲଣ୍ଡର ବ୍ୟାଟିଂ ମେରୁଦଣ୍ଡ। ବୋଲିଂ ଭାର ତୁଲାଉଛନ୍ତି କ୍ରିସ୍ ଓ୍ଵକ୍ସ ଓ ଜୋଫ୍ରା ଆର୍ଚର। ସେହିପରି କିଛି ରୋମାଞ୍ଚ ଓ ଚମତ୍କାର କରିବା ଲକ୍ଷ୍ୟରେ ରହିଛି ନ୍ୟୁଜିଲାଣ୍ଡ। ଚଳିତ ବିଶ୍ୱକପ୍ର ଡାର୍କହର୍ସ ଭାବେ ଉଭା ହୋଇଛି।

ଏହା ସହ ପଢ଼ନ୍ତୁ : ବିଶ୍ୱକପ୍‌ ବେଳେ ମହିଳାଙ୍କୁ ଦୁର୍ବ୍ୟବହାର ଘଟଣା, ବର୍ଷେ ପାଇଁ ଟିମ୍‌ରୁ ନିଲମ୍ବିତ ହେଲେ ଏହି ଖେଳାଳି : ଜାଣନ୍ତୁ ସେ…

new zealandସେମିରେ ରୋମାଞ୍ଚକର ମୁକାବିଲାରେ ଟାଇଟଲ୍ ଦାବିଦାର ଟିମ୍ ଇଣ୍ଡିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି ବ୍ଲାକ୍ କ୍ୟାପ୍ ଟିମ୍। ଲଗାତାର ଦ୍ୱିତୀୟ ଥର ଫାଇନାଲରେ ଏଣ୍ଟ୍ରି ମାରିଛି। ଅଧିନାୟକ କେନ୍ ଓ୍ଵିଲିୟମସନ୍, ରସ୍ ଟେଲର୍ ଓ ମାର୍ଟିନ୍ ଗପଟିଲଙ୍କୁ ବଡ଼ ଇନିଂସ ଖେଳିବାକୁ ହେବ। ଫର୍ଗୁସନ୍, ମେଟ୍ ହେନରୀ ଓ ଟ୍ରେଣ୍ଟ ବୋଲ୍ଡଙ୍କ ଘାତକ ବୋଲିଂରେ ପ୍ରତିପକ୍ଷ ଟିମ୍ର ବ୍ୟାଟିଂ ଅର୍ଡର ଧ୍ୱସ୍ତବିଧ୍ୱସ୍ତ କରିବାର ଦକ୍ଷତା ରଖିଛନ୍ତି। ଆଜି ତଗଡ଼ା ମୁକାବିଲା ଦେଖିବାକୁ ମିଳିବା ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.