ଢେଙ୍କାନାଳ : ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ

ଢେଙ୍କାନାଳ (କେନ୍ୟୁଜ୍) : ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ। ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗର କୁଲେଇ ସରକାରୀ ୟୁପି ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୧୭ ଛାତ୍ରଛାତ୍ରୀ ଅସୁସ୍ଥ । ଅସୁସ୍ଥମାନଙ୍କୁ ତାଳଚେର ହସପିଟାଲରେ ଭର୍ତ୍ତି କରାଯାଇଥିଲା। ମଧ୍ୟାହ୍ନ ଭୋଜନ ଖାଇବା ପରେ ପିଲାମାନଙ୍କର ମୁଣ୍ଡ ବୁଲାଇ ପେଟ ଯନ୍ତ୍ରଣା ହେବା ସହ ବାନ୍ତି ହୋଇଥିଲା। ତୁରନ୍ତ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ଅବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି। ମଧ୍ୟାହ୍ନ ଭୋଜନରେ ବୁଢିଆଣି ପଡ଼ିବାରୁ ଖାଦ୍ୟ ବିଷାକ୍ତ ହୋଇଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.