Below header

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ : କମାଲ କଲେ ଜଡୁ, ୧୭୭ ରନରେ ଅଲଆଉଟ୍‌ ହେଲା କଙ୍ଗାରୁ ଟିମ୍‌

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ । ଅଷ୍ଟ୍ରେଲିଆ ୧୭୭ ରନ କରି ଅଲଆଉଟ । ଆଉ ପଡିଆକୁ ଫେରି ଜାଡେଜା କମାଲ୍‌ କରିଛନ୍ତି । ଜାଡେଜା ୫ଟି ଓ୍ଵିକେଟ ନେଇଥିବା ବେଳେ ଆର ଅଶ୍ୱିନୀଙ୍କୁ ମିଳିଛି ୩ଟି ଓ୍ଵିକେଟ ।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠାରୁ ନାଗପୁରରେ ଚାଲିଛି ଟେଷ୍ଟ ସିରିଜ ।ଆଉ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ନିରାଶ ହୋଇଛି । ଅଷ୍ଟ୍ରେଲିଆ ଫ୍ୟାନ୍ସ ନିରାଶ ହୋଇଛନ୍ତି । ପ୍ରଥମରୁ ମାତ୍ର ୨ ରନ୍ ରେ ୨ ୱିକେଟ ହରାଇଥିଲା ଅଷ୍ଟ୍ରେଲିଆ । ଏହା ପରେ ମାର୍ନସ୍ ଲାବୁସାଗ୍ନେ ଏବଂ ଷ୍ଟିଭ୍ ସ୍ମିଥ୍ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଅଷ୍ଟ୍ରେଲିଆ ୧୭୭ ରନ କରି ଅଲଆଉଟ ହୋଇଛି । ଆଉ ପଡିଆକୁ ଫେରି ଜାଡେଜା କରିଛନ୍ତି କମାଲ୍‌ ।

ଏହାପରେ ବ୍ୟାଟିଂ ଆରମ୍ଭ କରି ଘରୋଇ ଭାରତୀୟ ଦଳ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଗୋଟିଏ ଓ୍ଵିକେଟ୍‌ରେ ୭୭ ରନ୍‌ କରିଛି । ୨୪ ଓଭର ଖେଳରେ ଅଧିନାୟକ ରୋହିତ ଶର୍ମା ୫୬ ରନ୍‌ ରନ୍‌ କରି ଅପରାଜିତ ଥିବା ବେଳେ କେ.ଏଲ୍‌ ରାହୁଲ ୨୦ ରନ୍‌ କରି ଆଉଟ୍‌ ହୋଇଛନ୍ତି ।

ନାଗପୁର ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଟିମ ଇଣ୍ଡିଆର ଦବ୍ଦବା । ଟିମ୍କୁ ଫେରିବା ପରେ ଦେଖିବାକୁ ମିଳିଲା ଜାଡେଜାଙ୍କ ଯାଦୁ । ୫ଟି ମୂଲ୍ୟବାନ ଓ୍ଵିକେଟ ନେଇଛନ୍ତି ରବୀନ୍ଦ୍ର ଜାଡେଜା । ବିସ୍ଫୋରକ ବ୍ୟାଟର ଲାବୁସାଙ୍ଗଙ୍କୁ ପ୍ରଥମ ଶିକାର କରିଥିଲେ ଜାଡେଜା । ପରେ ଷ୍ଟିଭ୍ ସ୍ମିଥ, ମ୍ୟାଟ୍ ରେନସ, ଟଡ୍ ମର୍ଫିଙ୍କ ଓ୍ଵିକେଟ ନେଇଥିଲେ । କିଛି ସମୟ ପରେ ପିଟର ହ୍ୟାଣ୍ଡସକମ୍ବଙ୍କୁ LBW ଆଉଟ କରିଥିଲେ ।


ଜାଡେଜା ୫ଟି ଓ୍ଵିକେଟ ନେଇଥିବା ବେଳେ ଆର ଅଶ୍ୱିନୀଙ୍କୁ ମିଳିଛି ୩ଟି ଓ୍ଵିକେଟ । ସେହିଭଳି ମହମ୍ମଦ ସାମି ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଛନ୍ତି । ଏସିଆ କପ ବେଳେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଗୋଡ଼ରେ ଆଘାତ ଲାଗିଥିଲା । ପରେ ସର୍ଜରୀ କରିବାକୁ ପଡ଼ିଥିଲେ । ଦୀର୍ଘ ଦିନ ପରେ ଟିମ ଇଣ୍ଡିଆକୁ ଫେରିଛନ୍ତି । ଅକ୍ଟୋବରରେ ନ୍ୟାସନାଲ କ୍ରିକେଟ ଏକାଡେମୀରେ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.