ବିଏମ୍‌ସିକୁ ଝଟକା: ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ଆଦାୟ ସମ୍ପର୍କିତ ନିର୍ଦ୍ଦେଶନାମାକୁ ଖାରଜ କଲେ ହାଇକୋର୍ଟ

ଭୁବନେଶ୍ବର(କେନ୍ୟୁଜ୍):ଭୁବନେଶ୍ୱର ମହାନଗର ନିଗମକୁ ଶକ୍ତ ଝଟକା । ବିଏମ୍‌ସିର ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ଆଦାୟ ସମ୍ପର୍କିତ ନିର୍ଦ୍ଦେଶନାମାକୁ ଖାରଜ କରି ଦେଇଛନ୍ତି ହାଇକୋର୍ଟ । ୨୦୧୧ ମସିହାରେ ଭୁବନେଶ୍ୱରବାସୀଙ୍କଠାରୁ ବର୍ଦ୍ଧିତ ହାରରେ ହୋଲଡିଂ ଟ୍ୟାକ୍ସ ଆଦାୟ କରିବାକୁ ବିଜ୍ଞପ୍ତି ଜାରି ହୋଇଥିଲା । ପୁରୁଣା ଟିକସଠାରୁ ବର୍ଦ୍ଧିତ ଟିକସ ପ୍ରାୟ ୧୦ ଗୁଣ ଅଧିକ ଥିଲା । ଏପରିକି ଖାଲି ପଡ଼ିଥିବା ଜାଗା ଉପରେ ମଧ୍ୟ ଟିକସ ଲାଗୁ କରାଯାଇଥିଲା ।

ପୁରୁଣା ମ୍ୟୁନିସିପାଲିଟି ଆଇନ ଆଧାରରେ ବିଜ୍ଞପ୍ତି ଜାରି ହୋଇଥିବାରୁ ମହାନଗର ନିଗମ କ୍ଷେତ୍ରରେ ଏହା ଲାଗୁ କରାଯାଇପାରିବ ନାହିଁ ଦାବିରେ ଭୁବନେଶ୍ୱର କନଫେଡେରେସନ ଅଫ ସିଟିଜେନ୍ସ ଆସୋସିଏସନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।

ପ୍ରାରମ୍ଭିକ ଶୁଣାଣିରେ ହାଇକୋର୍ଟ ସମ୍ପୃକ୍ତ ବିଜ୍ଞପ୍ତିକୁ ଖାରଜ କରିବା ସହ ପୁନର୍ବିଚାର କରିବାକୁ ବିଏମସିକୁ ନିର୍ଦ୍ଦେଶ ଦେଇଥିଲେ । ବିଏମସିର ତତ୍କାଳୀନ କମିଶନର ପ୍ରେମଚାନ୍ଦ ଚୌଧୁରୀ ୨୦୧୯ ଅକ୍ଟୋବରରେ ପୁନର୍ବାର କରି ବର୍ଦ୍ଧିତ ହାରରେ ଟିକସ ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ବିରୋଧ କରି ଆବେଦନକାରୀ ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୨୦ ମସିହାରେ ହାଇକୋର୍ଟ ଏହା ଉପରେ ସ୍ଥଗିତାଦେଶ ଜାରି କରିଥିଲେ । ଗତକାଲି ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ବର୍ଦ୍ଧିତ ଟିକସ ଆଦାୟକୁ ରଦ୍ଦ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.