Below header

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ : ଜୟସ୍ୱାଲ ଓ ରାହୁଲ ଶତକରୁ ବଞ୍ଚିତ ଜାଡେଜା ୮୦ ପାର, ଭାରତ ୪୨୧/୭

ହାଇଦ୍ରାବାଦରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ୭ ୱିକେଟ୍ ହରାଇ ୪୨୧ ରନ୍ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଭାରତ ୧୭୫ ରନରେ ଆଗୁଆ ରହିଛି । ଏବେ ରବିନ୍ଦ୍ର ଜାଡେଜା ଏବଂ ଅକ୍ଷର ପଟେଲ ବ୍ୟାଟିଂ ଜାରି ରଖିଛନ୍ତି ।

ହାଇଦ୍ରାବାଦ : ଭାରତ-ଇଂଲଣ୍ଡ ମଧ୍ୟରେ ହାଇଦ୍ରାବାଦରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଘରୋଇ ଦଳ ୭ ୱିକେଟ୍ ହରାଇ ୪୨୧ ରନ୍ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଭାରତ ପ୍ରଥମ ପାଳିରେ ୧୭୫ ରନରେ ଆଗୁଆ ରହିଛି । ଭାରତ ପକ୍ଷରୁ କେଏଲ୍ ରାହୁଲ ଭଲ ବ୍ୟାଟିଂ କରିଥିଲେ ମଧ୍ୟ ୮୬ ରନ୍ କରି ଆଉଟ୍ ହୋଇ ଶତକ କରିବାରୁ ବଞ୍ଚିତ ହୋଇଥିଲେ । ଭାରତ ପକ୍ଷରୁ ଯଶସ୍ୱୀ ଜୟସ୍ୱାଲ ୮୦, ରୋହିତ ଶର୍ମା ୨୪, ଶୁବମନ ଗିଲ ୨୩, ଶ୍ରେୟସ ଆୟର ୩୫ ରନ୍ , ଓ୍ଵିକେଟ କିପର ଶ୍ରୀକର ଭରତ ୪୧ ଏବଂ ଅଶ୍ୱିନ ୧ ରନ୍ କରି ପାଭିଲିୟନ ଫେରିଛନ୍ତି । ରାହୁଲ ୧୨୩ ବଲରେ ୮୬ ରନ୍‌ କରିଛନ୍ତି ।
ଆଜି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ରବୀନ୍ଦ୍ର ଜାଡେଜା ଏବଂ ଅକ୍ଷର ପଟେଲ ଅପରାଜିତ ଅଛନ୍ତି । ଜାଡେଜା ୮୧ ରନ୍ କରିଥିବା ବେଳେ ଅକ୍ଷର ୩୫ ରନ୍ କରିଛନ୍ତି ।
ଇଂଲଣ୍ଡର ଟମ୍ ହାର୍ଟଲି, ଜୋ ରୁଟ୍ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଜ୍ୟାକ୍ ଲିଚ ଏବଂ ରିହାନ ଅହମଦ ଗୋଟିଏ ଲେଖାଏଁ ଓ୍ଵିକେଟ ଦଖଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.