ବାଇକ-ସ୍କର୍ପିଓ-ଅଟୋ ଧକ୍କା, କ୍ୟାମେରାରେ କଏଦ ହେଲା ଛାତିଥରା ଦୃଶ୍ୟ
ଦେଖିବା ଲୋକ ଦେଖିପାରୁନାହାଁନ୍ତି ଆଉ ପାଖରେ ଛିଡା ହୋଇଥିବା ଲୋକ ସ୍ଥାଣୁ ପାଳଟି ଯାଇଛନ୍ତି । କାହିଁକିନା ମୁହୂର୍ତ୍ତକରେ ନିମିଷକ ମଧ୍ୟରେ ସବୁକିଛି ହେଇଗଲା । ଜୋର ଶବ୍ଦ ହେଲା ହଠାତ୍ କେହି କିଛି ବୁଝି ପାରିଲେନି କଣ ଘଟିଗଲା ଏସବୁ । କିନ୍ତୁ କେହି କିଛି ବୁଝିବା ପୂର୍ବରୁ ୩ ଜଣଙ୍କ ପ୍ରାଣ ତୁଣ୍ଡରୁ ଚାଲି ଯାଇଥିଲା ।

ଜୟପୁର (କେନ୍ୟୁଜ) : କ୍ୟାମେରାରେ କଏଦ ହେଲା ଛାତିଥରା ଦୃଶ୍ୟ । କେବେବି ଦେଖିନଥିବେ ଏମିତି ଲୋମଟାଙ୍କୁରା ଦୁର୍ଘଟଣା । ଦେଖିବା ଲୋକ ଦେଖିପାରୁନାହାଁନ୍ତି ଆଉ ପାଖରେ ଛିଡା ହୋଇଥିବା ଲୋକ ସ୍ଥାଣୁ ପାଳଟି ଯାଇଛନ୍ତି । କାହିଁକିନା ନିମିଷକ ମଧ୍ୟରେ ସବୁକିଛି ଛାରଖାର ହେଇଗଲା । ଜୋର ଶବ୍ଦ ହେଲା ହଠାତ୍ କେହି କିଛି ବୁଝି ପାରିଲେନି କଣ ଘଟିଗଲା ଏସବୁ । କିନ୍ତୁ କେହି କିଛି ବୁଝିବା ପୂର୍ବରୁ ୩ ଜଣଙ୍କ ପ୍ରାଣ ତୁଣ୍ଡରୁ ଚାଲି ଯାଇଥିଲା ।
ସମସ୍ତେ ନିଜ ନିଜ ଗନ୍ତବ୍ୟ ପଥରେ ଚାଲିଥାନ୍ତି । ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ଥାଏ ନିଜ ଗନ୍ତବ୍ୟସ୍ଥଳରେ କେମିତି ଶୀଘ୍ର ପହଁଚିବେ । କିନ୍ତୁ ମଝି ବାଟରେ ଜଗି ବସିଥିଲା ଯମ । ନିମିଷକ ମଧ୍ୟରେ ନେଇଗଲା ୩ ତିନି ଜଣଙ୍କ ଜୀବନ । ଆଉ ୧୩ ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି । କେତେବେଳେ କିଛି ବି ଖବର ମିଳିପାରେ ଆଜ୍ଞା । କାହିଁକିନା ଘଟିଛି ସିରିଜ୍ ଦୁର୍ଘଟଣା । ବାଇକ-ସ୍କର୍ପିଓ-ଅଟୋ । ଭାବନ୍ତୁ ଏଥିରେ କେତେ ଜଣ ଯାତ୍ରୀ ବସିଥିବେ । ଆଉ ସେମାନଙ୍କ ଅବସ୍ଥା କଣ ହେଇଥିବ ଆପଣ ଏ ଚିତ୍ର ଦେଖି ଅନୁମାନ ଲଗାଇ ପାରୁଥିବେ ।
ଏ ଲୋମଟାଙ୍କୁରା ଦୁର୍ଘଟଣାଟି ଏମିତି ଘଟିଛି ଯେ ଆମେ ତାର ସ୍ପଟେ ଚିତ୍ର ଆପଣଙ୍କୁ ଦେଖାଇ ପାରିବୁନି । ରାସ୍ତାରେ ଖାଲି କାନ୍ଦ ବୋବାଳି ଆଉ ବଞ୍ଚାଅ ବଞ୍ଚାଅ ଚିତ୍କାର ଶୁଭୁଥିଲା । ଉପସ୍ଥିତ ଲୋକେ ବୁଝିି ପାରୁନଥିଲେ ଏତେ ଲୋକଙ୍କ ମଧ୍ୟରୁ କାହାକୁ ବଞ୍ଚାଇବେ ଆଉ କାହାକୁ ଛାଡିବେ । କୋରାପୁଟ ଜିଲ୍ଳା ବୋରିଗୁମ୍ମା ଥାନା ଅନ୍ତର୍ଗତ ବିଜାପୁରରେ ଆଜି ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯେଉଁଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅଛନ୍ତି ୨ ଜଣ ମହିଳା ।
ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏ ଦୁର୍ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଦ୍ରୁତ ଗତି ଓ ଓଭର ଟେକିଂ ଯୋଗୁ ଏହି ସିରିଜ୍ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
ସିସିଟିଭିରେ ଦେଖିବାକୁ ମିଳିଛି ଗୋଟିଏ ସ୍କୋର୍ପିଓ ଓ ଯାତ୍ରୀବାହୀ ଅଟୋ ଗୋଟିଏ ଦିଗରୁ ଆସୁଥିବା ବେଳେ ବିପରୀତ ଦିଗରୁ ଏକ ଟ୍ରାକ୍ଟର ଯାଉଥିଲା। ସ୍କୋର୍ପିଓଟି ଦ୍ରୁତ ଗତିରେ ଆସୁଥିଲା। ସେ ଅଟୋକୁ ଓଭରଟେକ୍ କରିବାକୁ ପ୍ରୟାସ କରୁଥିଲା। ସେହି ସମୟରେ ବିପରୀତ ଦିଗରୁ ଏକ ବାଇକ୍ ଦ୍ରୁତ ଗତିରେ ଟ୍ରାକ୍ଟରକୁ ଓଭରଟେକ୍ କରି ଯାଉଥିବା ବେଳେ ସ୍କୋର୍ପିଓ ସହିତ ମୁହାଁମୁହିଁ ଶକ୍ତ ଧକ୍କା ହେଲା । ଆଉ ଏତେ ଜୋରରେ ବାଡ଼େଇ ହୋଇଯାଇଥିଲା ଯେ ଭାରସାମ୍ୟ ହରାଇଥିବା ସ୍କୋର୍ପିଓଟି ଏହା ଆଗରେ ଯାଉଥିବା ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋଟି ଓଲଟି ପଡ଼ିଥିଲା ଓ ଏଥିରେ ବସିଥିବା ଯାତ୍ରୀମାନଙ୍କ ମଧ୍ୟରୁ କେତେ ଜଣ ବାହାରକୁ ଛିଟିକି ପଡ଼ିଥିଲେ।
ତେବେ ସ୍କୋର୍ପିଓଟି ଅଟୋକୁ ଧକ୍କା ଦେବା ବେଳେ ବିପରୀତ ଦିଗରୁ ଆସୁଥିବା ଆଉ ଏକ ବାଇକ୍ ମଧ୍ୟ ସ୍କୋର୍ପିଓରେ ଜୋରରେ ପିଟି ହୋଇଥିଲେ। ଫଳରେ ସେ ବାଇକ୍ ସହ ଦୂରକୁ ଛିଟିକି ପଡ଼ିଥିଲେ। ତାଙ୍କ ମୁଣ୍ଡରୁ ହେଲମେଟ ବାହାରି ଫୋପାଡି ହୋଇ ପଡିଥିଲା ଖଣ୍ଡେ ଦୂରରେ । ଆଉ ଏତେ ସେ ଘୋଷାଡି ଘୋଷାଡି ଯାଇ ରାସ୍ତାରେ ପଡିଗଲେ । ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଗଲା ।
ସେପଟେ ଏକାଦିଗରୁ ଆସୁଥିବା ଅଟୋ ଓ ସ୍କୋର୍ପିଓ ଧକ୍କା ହେବା ପରେ ଦୁଇଟା ଯାକ ଯାଇ ରାସ୍ତା ପାର୍ଶ୍ୱରେ ଥିବା ଗଛ ପାଖରେ ପିଟି ହୋଇଗଲେ । ତାପରେ ଦେଖିବାକୁ ମିଳିଥିଲା ସେଥିରେ ବସିଥିବା ଲୋକ ବଞ୍ଚାଓ ବଞ୍ଚାଓ ଚିତ୍କାର କରି କରି ପ୍ରାଣ ବିକଳରେ ବାହାରକୁ ବାହାରୁଥିଲେ । ତେବେ ଏମାନଙ୍କ ମଧ୍ୟରୁ ସାମାନ୍ୟ ଆହତ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଥିବା ବେଳେ ୫ ଜଣଙ୍କୁ କୋରପୁଟ ଏସଏଲଏନ ମେଡିକାଲ କଲେଜ ଓ ୨ ଜଣ ଜୟପୁର ଡାକ୍ତରଖାନାରେ ଚିକିଛିତ ଅଛନ୍ତି । ମୃତଦେହ ବୋରିଗୁମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେଥିବା ବେଳେ ବ୍ୟବଛେଦ ପରେ ହସ୍ତାନ୍ତର କରlଯିବ । ସମସ୍ତ ଆହତଙ୍କୁ ଜୟପୁର ଉପଜିଲ୍ଲାପାଳ ଓ ମେଡିକାଲ କତୃପକ୍ଷ ପୋଲିସ ସହାୟତାରେ ସଙ୍ଗେ ସଙ୍ଗେ କୋରାପୁଟ ଓ ଜୟପୁର ପଠାଯିବା ବ୍ୟବସ୍ତା କରାଯାଇଛି ।
ତେବେ କେବେ ଆଉ ଆପଣ ସତର୍କ ହେବେ କେବେ ଆଉ ସଚେତନ ହେବେ । ପ୍ରତ୍ୟେକ ଦିନ ଗଣ ମାଧ୍ୟମରେ ଦୁର୍ଘଟଣାର ଖବର । ତଥାପି ଟିକେ ବି ଚେତୁ ନାହାଁନ୍ତି ଲୋକେ । ଆପଣ ଗାଡି ଚଲାଉଥିବାବେଳେ ନିଶ୍ଚୟ ଦେଖିଥିବେ ଦୃତ ଗତି ମହାବିପତ୍ତି, ଅସ୍ଥିର ଚିତ୍ତ ଆଣେ ବିପଦ । ତଥାପି କମୁନାହିଁ ଲୋକମାନଙ୍କ ଓଭର ସ୍ପିଡିଂ ।