ଗଣତନ୍ତ୍ର ଦିବସରେ ଗୁଗଲ ତିଆରି କଲା ନୂଆ ଡୁଡଲ୍‌, କ୍ଲିକ୍‌ କଲେ ଦେଖିବାକୁ ପାଇବେ କିଛି ଖାସ୍‌

ଆଜି ୨୬ ଜାନୁଆରୀ ଅର୍ଥାତ୍ ଗଣତନ୍ତ୍ର ଦିବସ ଅବସରରେ ଏକ ଚମତ୍କାର ଡୁଡଲ୍ ତିଆରି କରାଯାଇଛି । ଗଣତନ୍ତ୍ର ଦିବସର ଏହି ଡୁଡଲ୍ ଗୁଗଲର ହୋମପେଜରେ ଦେଖିବାକୁ ମିଳିଛି ।

ଗଣତନ୍ତ୍ର ଦିବସ ଅବସରରେ ଦେଶରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଗୁଗଲ୍ ଏକ ଡୁଡଲ୍ ତିଆରି କରି ଗଣତନ୍ତ୍ର ଦିବସକୁ ବିଶେଷ ଭାବେ ପାଳନ କରିଛି । ଆଜି ୨୬ ଜାନୁଆରୀ ଅର୍ଥାତ୍ ଗଣତନ୍ତ୍ର ଦିବସ ଅବସରରେ ଏକ ଚମତ୍କାର ଡୁଡଲ୍ ତିଆରି କରାଯାଇଛି । ଗଣତନ୍ତ୍ର ଦିବସର ଏହି ଡୁଡଲ୍ ଗୁଗଲର ହୋମପେଜରେ ଦେଖିବାକୁ ମିଳିଛି । ଗଣତନ୍ତ୍ର ଦିବସର ଗୁଗଲ୍ ଡୁଡଲ୍ ଉଭୟ ମୋବାଇଲ୍ ଏବଂ ୱେବ୍ ଭର୍ସନରେ ନଜର ଆସିଛି । ଆଜି ଦେଶ ୭୫ ତମ ଗଣତନ୍ତ୍ର ଦିବସ ପାଳନ କରୁଛି ।

ଗୁଗଲ୍ ର ଏହି ଡୁଡଲ୍ ଭ୍ରିନ୍ଦ୍ରା ଜାଭେରୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଆଜିର ଗୁଗୁଲ୍ ଡୁଡଲ୍ ରେ ଗଣତନ୍ତ୍ର ଦିବସ ପରେଡକୁ ବ୍ଲାକ୍‌ ଆଣ୍ଡ ହ୍ଵାଇଟ୍‌ ଟିଭି, ସ୍ମାର୍ଟ ଟିଭି ଏବଂ ମୋବାଇଲ୍ ସ୍କ୍ରିନରେ ଦେଖାଯାଇଛି । ଗଣତନ୍ତ୍ର ଦିବସର ଏହି ଡୁଡଲରେ କିଛି ମଣିଷ ଓଟ ଉପରେ ବସିଥିବା ଦେଖିବାକୁ ମିଳିଛି । ଗଣତନ୍ତ୍ର ଦିବସ ଅବସରରେ ଗୁଗଲରେ ଥିବା ଏହି ଡୁଡଲରେ କ୍ଲିକ୍‌ କରିବା ପରେ ଏଥିରେ ରଙ୍ଗୀନ କାଗଜ ବର୍ଷା ହେଉଥିବା ଦେଖାଯାଇଛି ।

ସୂଚନା ଥାଉ କି ଏଥର କର୍ତ୍ତବ୍ୟ ପଥରେ ହୋଇଥିବା ପରେଡ୍ ସୋ’ ସ୍ୱତନ୍ତ୍ର ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ପରେଡ୍‌ ସର୍ବଦା ସୈନ ବ୍ୟାଣ୍ଡ ସହିତ ଆରମ୍ଭ ହୋଇଥାଏ, କିନ୍ତୁ ଏଥର ଦେଶର ୧୦୦ ରୁ ଅଧିକ ମହିଳା ସାଂସ୍କୃତିକ କଳାକାର ପାରମ୍ପରିକ ବାଦ୍ୟଯନ୍ତ୍ର ସହିତ ପରେଡ ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.