Below header

ସଡ଼କ ଦୁର୍ଘଟଣା ନେଇଗଲା ଶ୍ରୀଲଙ୍କା ରାଜ୍ୟ ମନ୍ତ୍ରୀଙ୍କ ଜୀବନ

ଗତ ଗୁରୁବାର ଦିନ କଲମ୍ବୋ କାଟୁନାଏକେ ଏକ୍ସପ୍ରେସୱେରେ ଶ୍ରୀଲଙ୍କାର ଜଳ ଯୋଗାଣ ମନ୍ତ୍ରୀ ସନତ ନିଶାନ୍ତ ଏବଂ ଜଣେ ପୋଲିସ କର୍ମଚାରୀ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।

କଲମ୍ବୋ : ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ଗୁରୁବାର ଦିନ କଲମ୍ବୋ କାଟୁନାଏକେ ଏକ୍ସପ୍ରେସୱେରେ ଶ୍ରୀଲଙ୍କାର ଜଳ ଯୋଗାଣ ମନ୍ତ୍ରୀ ସନତ ନିଶାନ୍ତ ଏବଂ ଜଣେ ପୋଲିସ କର୍ମଚାରୀ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବୋଲି ପୋଲିସ କହିଛି । ସ୍ଥାନୀୟ ସମୟ ଅନୁସାରେ ସକାଳ ସମୟରେ କାନ୍ଦାନା ପୋଲିସ ବିଭାଗରେ ଏକ କଣ୍ଟେନର ଟ୍ରକ ସହିତ ମନ୍ତ୍ରୀଙ୍କ ଗାଡି ଧକ୍କା ହୋଇଥିଲା ।

ଶ୍ରୀଲଙ୍କା ପୋଲିସ କହିବା ଅନୁଯାୟୀ, ଜଳ ଯୋଗାଣ ମନ୍ତ୍ରୀ ସନତ ନିଶାନ୍ତ କାଟୁନାଏକ ରୁ ଏସ୍‌ୟୁଭି କଲମ୍ବୋ ଅଭିମୁଖେ ଯାଉଥିଲେ । ସେହି ସମୟରେ ରାସ୍ତାରେ ଛିଡ଼ା ହୋଇଥିବା ମାଲବାହୀ କଣ୍ଟେନର ଟ୍ରକ ପଛପଟେ ମନ୍ତ୍ରୀଙ୍କ କାର୍‌ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଶ୍ରୀଲଙ୍କା ଜଳ ଯୋଗାଣ ମନ୍ତ୍ରୀ ନିଶାନ୍ତ ଓ କନେଷ୍ଟବଳଙ୍କର ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ିଯାଇଥିଲା ।

କଣ୍ଟେନର ଗାଡି ସହିତ ମୁହାଁମୁହିଁ ଧକ୍କା ହେବା ପରେ ନିଶାନ୍ତ, ତାଙ୍କ ସୁରକ୍ଷା ଅଧିକାରୀ ଏବଂ ଡ୍ରାଇଭର ରାସ୍ତାରେ ଛିଟିକି ପଡିଥିଲେ। ସମସ୍ତେ ଗୁରୁତର ଆହତ ହୋଇ ରାଗାମା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗାଡ଼ିର ଡ୍ରାଇଭର ଚିକିତ୍ସିତ ହେଉଥିବାବେଳେ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ରାଜ୍ୟ ମନ୍ତ୍ରୀ ଏବଂ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି।

ଏନେଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି । ନିଶାନ୍ତ ଶ୍ରୀଲଙ୍କାର ଜଣେ ବିଶିଷ୍ଟ ରାଜନେତା ଯିଏକି ୨୦୧୫ ଏବଂ ୨୦୨୦ ରେ ପୁଟାଲାମ ଜିଲ୍ଲାରୁ ସଂସଦକୁ ନିର୍ବାଚିତ ହୋଇଥିଲେ । ସେ ୟୁନାଇଟେଡ୍ ପିପୁଲ୍ସ ଫ୍ରିଡମ୍ ଆଲାୟଂସର ସଦସ୍ୟ ଥିଲେ ଏବଂ ପରେ ଶ୍ରୀଲଙ୍କା ପୋଡୁଜାନା ପେରୁମୁନାରେ ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.