Below header

କେମିତି ଆଉ କେଉଁ ପରିସ୍ଥିରେ ମଲେ ସନ୍ତୋଷ

ଅପରାହ୍ନ ସମୟ କ୍ୟାପିଟାଲ ହସ୍ପିଟାଲ ଶବ ବ୍ୟାବଚ୍ଛେଦ ଗୃହ ପାଖରେ ଭିଡ଼ ଜମିଥାଏ । ଗୋଟିଏ ପିଣ୍ଡି ଉପରେ ଜଣେ ମହିଳା ଆଉ ଜଣେ ଯୁବତୀ ବସିଥାନ୍ତି । ମହିଳା ଜଣଙ୍କ କାନ୍ଦୁଥାନ୍ତି । ଏବଂ ତାଙ୍କ ନିକଟରେ ଆଉ ଜଣେ ଯୁବତୀ କଣ ଗୁଡ଼ାଏ କହି ପକାଉଥାନ୍ତି ପାଖରେ ଠିଆ ହୋଇଥିବା ଲୋକ ମାନଙ୍କୁ ।

ଭୁବନେଶ୍ୱର (କେନ୍ୟୁଜ) : ଭରତପୁର ଅଞ୍ଚଳ ଅନ୍ତର୍ଗତ ଡୁମାଡୁମା ହାଉସିଂ ବୋର୍ଡରେ ସନ୍ତୋଷ ପ୍ରଧାନ ନାମକ ଜଣେ ଯୁବକଙ୍କ ଜୀବନ ଚାଲିଯିବାକୁ ନେଇ ପରିବାର ଲୋକ ଆଣିଲେ ସାଂଘାତିକ ଅଭିଯୋଗ । ଅପରାହ୍ନ ସମୟ କ୍ୟାପିଟାଲ ହସ୍ପିଟାଲ ଶବ ବ୍ୟାବଚ୍ଛେଦ ଗୃହ ପାଖରେ ଭିଡ଼ ଜମିଥାଏ । ଗୋଟିଏ ପିଣ୍ଡି ଉପରେ ଜଣେ ମହିଳା ଆଉ ଜଣେ ଯୁବତୀ ବସିଥାନ୍ତି । ମହିଳା ଜଣଙ୍କ କାନ୍ଦୁଥାନ୍ତି । ଏବଂ ତାଙ୍କ ନିକଟରେ ଆଉ ଜଣେ ଯୁବତୀ କଣ ଗୁଡ଼ାଏ କହି ପକାଉଥାନ୍ତି ପାଖରେ ଠିଆ ହୋଇଥିବା ଲୋକ ମାନଙ୍କୁ । କଣ କିଛି ଯୁକ୍ତି ତର୍କ ବି ଚାଲିଥାଏ ।

ସେମାନଙ୍କ କଥା ବାର୍ତ୍ତାରୁ ସହଜରେ ବୁଝି ହେଉଥିଲା ଯେ ଜଣେ ଯୁବକଙ୍କର ଜୀବନ ଚାଲିଯାଇଛି ବୋଲି । ଆଉ ସେହି ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଆପଣଙ୍କୁ ଆଉ ଦ୍ୱନ୍ଦ୍ୱରେ ନରଖି ସିଧା ଆସିବା ଘଟଣା ବିଷୟକୁ । ତେବେ ଘଟଣା କିଛି ଏମିତି ଥିଲା । ସନ୍ତୋଷ ପ୍ରଧାନ ନାମକ ଜଣେ ଯୁବକଙ୍କ ଘର ପୁରୀ ଜିଲ୍ଲାର ପିପିଲି ବ୍ଲକ ଗୋବିନ୍ଦ ପୁର ପଞ୍ଚାୟତ କୁଞ୍ଜର ଗାଁରେ ।

ପିଲାଟି ଦିନରୁ ସନ୍ତୋଷ ବାପା ମାଆଙ୍କୁ ହରାଇଥିଲେ । ତେଣୁ କିଛି ବର୍ଷ ତଳେ ଜଣେ ବଡ଼ବାବୁ ସନ୍ତୋଷଙ୍କୁ ଆଣି ନିଜ ଘରେ ରଖିଥିଲେ । ସନ୍ତୋଷ ବଡ଼ ହେଲା ପରେ ଉକ୍ତ ବଡ଼ବାବୁଙ୍କ ଘରର ସବୁ ଦାୟିତ୍ୱ ବହନ କରି ସେହିଠାରେ ରହୁଥିଲେ । କିନ୍ତୁ ଉକ୍ତ ବ୍ୟକ୍ତି ମଧ୍ୟ ସମୟ କ୍ରମେ ଆରପାରିକୁ ଚାଲିଗଲେ ପରିବାରରେ ଆଉ ଯେଉଁ ମାନେ ରହିଲେ ସେମାନଙ୍କ ଦାୟିତ୍ୱ ନେଇ ସୁଖରେ ଦୁଃଖରେ ପାଖରେ ଠିଆ ହେଉଥିଲେ । କିନ୍ତୁ ହଠାତ ଆଜି ସକାଳୁ ଦେଖିବାକୁ ମିଳିଥିଲା ଘର ନିକଟରେ ଥିବା ଏକ ପରିତ୍ୟକ୍ତ ପୋଖରୀରେ ସନ୍ତୋଷଙ୍କ ମର ଶରୀର ପଡିଛି ।

ତେଣୁ ଆଖ ପାଖ ଲୋକ ମାନେ ସନ୍ତୋଷଙ୍କୁ ଏମିତି ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଲେ । ଶବ ଚିହ୍ନଟ ହେଲା ସନ୍ତୋଷ ପ୍ରଧାନ ବୋଲି । ଆଉ ସେଠାରୁ ଭରତପୁର ପୋଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ଆଣିଲେ । ଘଟଣା ସ୍ଥଳରେ ଯାଞ୍ଚ ଟିମ ପହଞ୍ଚି ପରୀକ୍ଷା ନିରୀକ୍ଷା କରିବା ସହିତ ପୋଲିସ ଶବ ନେଇ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.