ଥଣ୍ଡାରୁ ରକ୍ଷା ପାଇବା ପାଇଁ କୋଇଲା ଜାଳି ଶୋଇଥିଲେ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ବାପାଝିଅଙ୍କ ପ୍ରାଣ; ମା’ ଗୁରୁତର

ଉତ୍ତର ପ୍ରଦେଶର ନୋଏଡାରେ ଏକ ଦୁଃଖଦାୟକ ଘଟଣା ଘଟିଛି । ଏଠାରେ ଶ୍ୱାସରୁଦ୍ଧ ହୋଇ ୩ ମାସର ଏକ କୁନି ଝିଅ ଓ ତା’ ବାପାଙ୍କର ମୃତ୍ୟୁ ହୋଇଛି । ମା’ର ଅବସ୍ଥା ଗୁରୁତର ରହିଛି । ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଉତ୍ତର ପ୍ରଦେଶର ନୋଏଡାରେ ଏକ ଦୁଃଖଦାୟକ ଘଟଣା ଘଟିଛି । ଏଠାରେ ଶ୍ୱାସରୁଦ୍ଧ ହୋଇ ୩ ମାସର ଏକ କୁନି ଝିଅ ଓ ତା’ ବାପାଙ୍କର ମୃତ୍ୟୁ ହୋଇଛି । ମା’ର ଅବସ୍ଥା ଗୁରୁତର ରହିଛି । ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ଏହି ପରିବାର ଥଣ୍ଡାରୁ ରକ୍ଷା ପାଇବା ପାଇଁ ଘରେ କୋଇଲା ଜାଳି ଶୋଇଥିଲେ । ଏଥିରୁ ଏହି ବଡ଼ ଦୁର୍ଘଟଣା ଘଟିଥିଲା ।

ଘଟଣା ନୋଏଡାର ସେକ୍ଟର-୬୩ ଅନ୍ତର୍ଗତ ଛିଜାରସୀ ଅଞ୍ଚଳରେ ଘଟିଛି । ପିଲିଭିତ୍‌ର ବାସିନ୍ଦା ୩୫ ବର୍ଷୀୟ ସମ୍ମୁ ଖାନ ନିଜ ପତ୍ନୀ ଏବଂ ୩ ମାସର ଝିଅ ସହିତ ଏଠାରେ ରହୁଥିଲେ । ଗତକାଲି ରାତିରେ ସମ୍ମୁ ପରିବାର ସହିତ କୋଇଲା ଜାଳି ଶୋଇଥିଲେ । ହେଲେ ଏହି କାରଣରୁ ଘର ଭିତର ସମ୍ପୂର୍ଣ୍ଣ ଧୂଆଁମୟ ହୋଇଯାଇଥିଲା, ଯାହାଫଳରେ ସମ୍ମୁ ଓ ତାଙ୍କ ଝିଅର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିଲା । ଏଥିରେ ସମ୍ମୁଙ୍କ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସେପଟେ ପୋଲିସ ମୃତଦେହ ଦ୍ୱୟକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ଡାକ୍ତର କହିଛନ୍ତି, ୩ ଜଣଙ୍କୁ ଏମରଜେନ୍ସିରେ ଅଣାଯାଇଥିଲା । ଏଠାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା । ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ପୋଲିସ କହିଛି, ମାମଲାର ତଦନ୍ତ ଚାଲିଛି । ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.