Below header

ସୁପର ସଣ୍ଡେରେ ସିରିଜ୍ ପାଇଁ ସୁପର ଫାଇଟ୍‌, ଆଜି ଭାରତ-ଅଷ୍ଟ୍ରେଲିଆ ନିର୍ଣ୍ଣାୟକ ମ୍ୟାଚ୍‌

ସୁପର ସଣ୍ଡେରେ ସିରିଜ୍ ପାଇଁ ସୁପର ଫାଇଟ୍ । ଆଜି ଭାରତ-ଅଷ୍ଟ୍ରେଲିଆ ନିର୍ଣ୍ଣାୟକ ମ୍ୟାଚ୍ । ବାଙ୍ଗାଲୁରୁରେ ହେବ ବଡ ଟକ୍କର । ୩ ଟିକିଆ ମ୍ୟାଚ୍ ବିଶିଷ୍ଟ ସିରିଜ୍ ବର୍ତ୍ତମାନ ସମୟରେ ୧-୧ରେ ବରାବର ରହିଥିବା ବେଳେ କାଲିର ମ୍ୟାଚ୍ ଜିତି ସରିଜ କବଜା କରିବା ଲକ୍ଷ୍ୟରେ ରହିଛନ୍ତି ଉଭୟ ଦଳ । ଆଜି ବାଙ୍ଗାଲୁରୁର ଚିନାସ୍ୱାମୀ ଷ୍ଟାଡିୟମରେ ଦିନ ଗୋଟାଏ ୩୦ ମିନିଟରେ ଏହି ହାଇଭୋଲଟେଜ୍ ଲଢ଼େଇ ହେବ । ସିରିଜର ପ୍ରଥମ ମ୍ୟାଚରେ କଙ୍ଗାରୁ ଦଳ ଟିମ ଇଣ୍ଡିଆକୁ ୧୦ ଓ୍ଵିକେଟର ବଡ ବ୍ୟବଧାନରେ ପରାସ୍ତ କରିଥିଲା । ଆଉ ଯାହାର ପ୍ରତିଶୋଧ ଦ୍ୱିତୀୟ ଦିନିକିଆରେ ନେଇଥିଲା ବିରାଟ ବାହିନୀ । ୩୬ ରନରେ ଅଷ୍ଟ୍ରେଲିଆକୁ ମାତ୍ ଦେଇଥିଲା ଭାରତ । ନିର୍ଣ୍ଣାୟକ ମୋଡରେ ସିରିଜ୍ ରହିଥିବାରୁ କାଲିର ମ୍ୟାଚ ଉଭୟ ଦଳ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.