ଯୁକ୍ତ ଦୁଇ ପ୍ରଥମ ବର୍ଷର ବାର୍ଷିକ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ ଘଟଣା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହାକୁ ନେଇ କଲେ ସ୍ପଷ୍ଟ

ଭୁବନେଶ୍ବର (କେନ୍ୟୁଜ୍) : ଚଳିତବର୍ଷ ଯୁକ୍ତ ଦୁଇ ପ୍ରଥମ ବର୍ଷର ବାର୍ଷିକ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହାକୁ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ବିଗତବର୍ଷ ଯେଉଁପରି କଲେଜରେ ପରୀକ୍ଷା ହେଉଥିଲା ଚଳିତବର୍ଷ ମଧ୍ୟ ସେପରି ପରୀକ୍ଷା ହେବ । କିନ୍ତୁ ଛାତ୍ରଛାତ୍ରୀଙ୍କ ନମ୍ବର ସେମାନେ ବିଭାଗକୁ ପଠାଇବେ । ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷକୁ ଉତ୍ତୀର୍ଣ୍ଣ ପାଇଁ ପ୍ରତି ଛାତ୍ରଛାତ୍ରୀଙ୍କୁ ଅତିକମ୍‌ରେ ୩୩ ପ୍ରତିଶତ ନମ୍ବର ରଖିବାକୁ ପଡ଼ିବ । ଯଦି କୌଣସି ଛାତ୍ରଛାତ୍ରୀ କମ୍‌ ନମ୍ବର ରଖିନ୍ତି ତେବେ ସେମାନଙ୍କୁ ଦ୍ୱିତୀୟ ଥର ପରୀକ୍ଷା ଦେବାକୁ ସୁଯୋଗ ଦିଆଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.