Below header

ପ୍ରଥମ ଥର ପାଇଁ ନିର୍ଭୟା ଦୋଷୀଙ୍କୁ ଫାଶୀରେ ଝୁଲାଇବେ ପବନ ଜହ୍ଲାଦ, ଦାବି କରୁଛନ୍ତି ପୂର୍ବ ଅପେକ୍ଷା ଅଧିକ ପାରିଶ୍ରମିକ

ନୂଆଦିଲ୍ଲୀ : ନିର୍ଭୟା କାଣ୍ଡର ଦୁଷ୍କର୍ମକାରୀଙ୍କୁ ଫାଶୀରେ ଝୁଲାଇବେ ଘାତକ ପବନ । ଉତ୍ତର ପ୍ରଦେଶର ମିରଟ ବାସିନ୍ଦା ପବନ କୌଳିକ ବୃତ୍ତି ଭାବେ ଜଲ୍ଲାଦ ବୃତ୍ତିକୁ ପାଇଛନ୍ତି । ପରିବାରର ଚତୁର୍ଥ ପିଢି ଭାବେ ପବନ ପ୍ରଥମ ଥର ପାଇଁ ଫାଶୀରେ ଝୁଲାଇବାକୁ ପ୍ରସ୍ତୁତ ହେଉଛନ୍ତି । ଏଥିପାଇଁ ପବନ ଅଧିକ ପାରଶ୍ରମିକ ଦାବି କରିଛନ୍ତି । ଜେଲର ନିୟମ ଅନୁସାରେ ଜଣଙ୍କୁ ଫାଶୀ ପାଇଁ ୧୫ ହଜାର ଟଙ୍କା ଦିଆଯାଇଥାଏ । ତେଣୁ ୪ ଜଣଙ୍କ ପାଇଁ ୬୦ ହଜାର ଟଙ୍କା ଦିଆଯିବ । ହେଲେ ପବନ ଅଧିକ ଟଙ୍କା ଦାବି କରିଛନ୍ତି । କିନ୍ତୁ ଉତ୍ତରପ୍ରଦେଶ ଜେଲ୍‌ କର୍ତ୍ତୃପକ୍ଷ ଓ ଜେଲ୍‌ ମାନୁଆଲ ଅନୁସାରେ ଅଧିକ ଅର୍ଥ ଦିଆଯିବ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.